Sat. Oct 17th, 2026

ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ କରିଥିବା ଶିଶୁକନ୍ୟାର ମୃତ୍ୟୁ

211 Views

ବ୍ରହ୍ମପୁର,ଜାନୁଆରୀ ୧୪ : କନ୍ଧମାଳ ଜିଲ୍ଲାରେ ଏକ ଆବାସିକ ବିଦ୍ୟାଳୟରେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜନ୍ମ ଦେଇଥିବା ଶିଶୁକନ୍ୟାଟିର ମୃତ୍ୟୁ ଘଟିଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତକାଲି ଭୋର ସମୟରେ ଛାତ୍ରୀ ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଏକ ଶିଶୁକନ୍ୟା ପ୍ରସବ କରିଥିଲେ। ସ୍କୁଲ୍‌ କର୍ତ୍ତୃପକ୍ଷ ଏହି ଖବର ଜାଣିବା ପରେ ପ୍ରଥମେ ଘଟଣାକୁ ଚାପି ରଖିବାକୁ ଚେଷ୍ଟା କରିଥିଲେ। ପରେ ଏକ ଅଟୋରେ ଉଭୟ ମାଆ ଓ ଶିଶୁକୁ ବାଲିଗୁଡ଼ା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟ ନାବାଳିକା ମାଆ ଓ ଶିଶୁକନ୍ୟାକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ଅନ୍ୟପକ୍ଷରେ ଏ ଘଟଣାରେ ଉକ୍ତ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଥିଲା। ତା’ସହିତ ଜଣେ ଏଏନ୍‌ଏମ୍‌, ୨ ଜଣ ମାଟ୍ରନ ଓ ୨ କୁକ୍‌ କମ୍‌ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି।

By amfnews

Related Post