Fri. May 22nd, 2026

ଆନ୍ଧ୍ରପ୍ରଦେଶ-ଓଡ଼ିଶା ବଂଶଧାରା ବିବାଦ : ଆଜି ଆସୁଛନ୍ତି ଟ୍ରିବ୍ୟୁନାଲ୍ ସଦସ୍ୟ

184 Views

ପାରଳାଖେମୁଣ୍ଡି, ଡିସେମ୍ବର ୨୪  : ବଂଶଧାରା ନଦୀକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଲାଗିରହିଥିବା ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଏହାର ସ୍ଥିତି ସମୀକ୍ଷା କରିବାକୁ ଟ୍ରିବ୍ୟୁନାଲର ସଦସ୍ୟ ମାନେ ଆସନ୍ତାକାଲି ପହଞ୍ଚୁଥିବା ଜଣାପଡ଼ିଛି। ଆସନ୍ତାକାଲି ସକାଳେ ସଦସ୍ୟ ମାନେ ବିଶାଖାପାଟଣା ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ହେଉଥିବା ପ୍ରକଳ୍ପ ସ୍ଥାନକୁ ଯିବେ। ସ୍ଥିତି ପରଖିବା ପରେ ସେମାନେ ଆନ୍ଧ୍ରପ୍ରଦେଶ ଜଳସଂପଦ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ଆସନ୍ତାକାଲି ରାତିରେ ପାରଳାଖେମୁଣ୍ଡିରେ ପହଞ୍ଚି ରାତ୍ରିଯାପନ କରିବା ପରେ ମଙ୍ଗଳବାର ପ୍ରକଳ୍ପ ନିର୍ମାଣ ଦ୍ବାରା କ୍ଷତିଗ୍ରସ୍ତ ହେଉଥିବା ଓଡ଼ିଶାର ଅଞ୍ଚଳକୁ ଗସ୍ତ କରିବେ ବୋଲି ସୂଚନା ମିଳିଛି।

ଓଡ଼ିଶାର ଜଳସମ୍ପଦ ବିଭାଗ ଅଧିକାର ଏବଂ ଗଜପତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରଙ୍କ ସହ ଆଲୋଚନା କରି ପୁରି ଆନ୍ଧ୍ରକୁ ଫେରିବେ। ୨୬ ତାରିଖରେ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା ପରେ ୨୭ରେ ପୁରୀ ଠାରେ ଓଡିଶା ସରକାରଙ୍କ ଅଧିକାରୀଙ୍କ ସହ କଥାବାର୍ତା କରିବା କରିବେ ବୋଲି ଜଣାପଡ଼ିଛି।

By amfnews

Related Post