Sat. Oct 3rd, 2026

ଆନ୍ଧ୍ରପ୍ରଦେଶରେ ଦୁଗ୍ଧ ଶିଳ୍ପରେ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁଁ ୧୪ ମହିଳାଙ୍କ ସମତେ ୨୦ ଅସୁସ୍ଥ

260 Views

ତିରୁପତି: ଗୁରୁବାର ରାତି ପ୍ରାୟ ୯. ୩୦ରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାର ପୁତଳପଟ୍ଟୁ ନିକଟ ଏମ୍. ବଣ୍ଡାପଲ୍ଲୀ ଗ୍ରାମରେ ଥିବା ‘ହାଟ୍‌ସନ୍ ଡାଇରି’ ୟୁନିଟ୍‌ରେ ଆମୋନିଆ ଗ୍ୟାସ୍ ଲିକ୍ କରିବା ଯୋଗୁଁ ପ୍ରାୟ ୧୪ ମହିଳାଙ୍କ ସମତେ ୨୦  ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନେ ସମସ୍ତେ ଠିକା କର୍ମଚାରୀ ଓ ନାଇଟ୍‌ ଡିୟୁଟି କରିବାକୁ ଆସିଥିଲେ।

ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲେ ବି, ସେମାନେ ବିପଦମୁକ୍ତ ବୋଲି କୁହାଯାଉଛି। ଆବଶ୍ୟକ ହେଲେ ଉନ୍ନତ ଚିକିତ୍ସା ନିମନ୍ତେ ସେମାନଙ୍କୁ ତିରୁପତି ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯିବ।

ଚିକିତ୍ସା ନିମନ୍ତେ ଅସୁସ୍ଥ ମହିଳାମାନଙ୍କୁ ତୁରନ୍ତ ଚିତ୍ତୂର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାର ଖବର ପାଇବା ମାତ୍ରେ ଜିଲ୍ଲାପାଳ ନାରାୟଣ ଭାରତ ଗୁପ୍ତ ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସେନ୍ଧିଲ୍ କୁମାର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଥିଲେ।

ଗଣମାଧ୍ୟମକୁ ଜିଲ୍ଲାପାଳ ନାରାୟଣ ଭାରତ ଗୁପ୍ତ କହିଛନ୍ତି, ଏତେ ଶୀଘ୍ର ଲିକ୍‌ର କାରଣ ସମ୍ବନ୍ଧରେ କହି‌ ହେବନାହିଁ। ଆମୋନିଆ ଗ୍ୟାସ୍ ଯୋଗାଣ ହେଉଥିବା ପାଇପ୍‌ରେ ୱେଲ୍‌ଡିଙ୍ଗ୍‌ ହେବା ସମୟରେ ଗ୍ୟାସ୍ ଲିକ୍ କରିଥିଲା। ଗ୍ୟାସ୍‌ ଲିକ୍‌ ହେବା କାରଣରୁ କେତେ ଜଣ କର୍ମଚାରୀ ପ୍ରଭାବିତ ହୋଇଛନ୍ତି।

ଘଟଣାସଂକ୍ରାନ୍ତରେ ସବିଶେଷ ବିବରଣୀ ଦେବାକୁ ଦଳେ ସରକାରୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି।

By amfnews

Related Post