Fri. May 15th, 2026

ଆଧାର କାର୍ଡ ପାଇଁ ବିଦେଶୀ ନାଗରିକଙ୍କୁ ୬ ମାସ ଅପେକ୍ଷା କରିବାକୁ ପଡ଼ିବନି

230 Views

ନୂଆଦିଲ୍ଲୀ: ଆଉ ୬ ମାସ ନୁହେଁ, ଏଣିକି ପ୍ରବାସୀ ଭାରତୀୟ ନାଗରିକଙ୍କୁ ଭାରତ ପହଞ୍ଚିବା ମାତ୍ରେ ଆଧାର କାର୍ଡ ମିଳିବ। ଆଜି ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ପୂର୍ବରୁ ୧୮୦ ଦିନ ଅପେକ୍ଷା କରିବା ପରେ ଯାଇ ପ୍ରବାସୀ ନାଗରିକଙ୍କୁ ଆଧାର କାର୍ଡ ମିଳୁଥିଲା।’

ଆଧାର ଆକ୍ଟ ୨୦୧୬ ଅନୁଯାୟୀ ଜଣେ ପ୍ରବାସୀ ଭାରତୀୟ ୬ ମାସରୁ ଅଧିକ ସମୟ ପାଇଁ ଆସିଥିଲେ ୧୮୨ ଦିନ ପରେ ଆଧାର କାର୍ଡ ମିଳୁଥିଲା। ଏହାଦ୍ୱାରା ଭାରତର ବିଭିନ୍ନ ସେବାରୁ ସେମାନେ ବଞ୍ଚିତ ହେଉଥିଲେ। ଏବେ କିନ୍ତୁ ସେମାନେ ଭାରତ ଆସିଲେ ଭାରତର କୌଣସି ସ୍ଥାନକୁ ନିଜର ଠିକଣା ଦର୍ଶାଇ ଆଧାର କାର୍ଡ ହାସଲ କରିପାରିବେ ବୋଲି ସୀତାରମଣ କହିଛନ୍ତି।

ସେହିପରି ବିଦେଶୀ ଛାତ୍ରଛାତ୍ରୀଙ୍କୁ ଭାରତରେ ପାଠ ପଢ଼ିବା ପାଇଁ ଏକ ନୂଆ ଯୋଜନା Study In India ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି। ଏଥିପାଇଁ ଉଚ୍ଚ ଶିକ୍ଷା କମିଶନ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ସୀତାରମଣ।

ଗତ ୫ ବର୍ଷରେ ଭାରତର କୌଣସି ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇନଥିଲେ। କିନ୍ତୁ ଏବେ ଭାରତର ଦୁଇଟି ଆଇଆଇଟି ଓ ବେଙ୍ଗାଳୁରୁର ଆଇଆଇଏସସି ଏହି ତାଲିକାରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ଦେଶର ପ୍ରମୁଖ ଶିକ୍ଷା ଅନୁଷ୍ଠାନକୁ ଆଗକୁ ବଢ଼ାଇବା ପାଇଁ ସରକାର ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି।

By amfnews

Related Post