Fri. Aug 14th, 2026

ଆତଙ୍କୀ ସଂଗଠନ ପ୍ରତିଷ୍ଠା ଉଦ୍ୟମ, ୧୪ ଗିରଫ

237 Views

ଚେନ୍ନାଇ  : ତାମିଲନାଡୁରେ ଆତଙ୍କବାଦୀ ସଂଗଠନ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଥିବା ବେଳେ ୧୪ ଜଣଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଏହି ୧୪ ଜଣ ତାମିଲନାଡୁରେ ଅସନାରୁଲ୍ଲା ନାମରେ ଆତଙ୍କୀ ସଂଗଠନ ଖୋଲିବାକୁ ଚେଷ୍ଟା କରୁଥିଲେ। ପ୍ରଥମେ ଏ ସମ୍ପର୍କରେ ସାଉଦି ଆରବ ସରକାର ଜାଣିବାକୁ ପାଇଥିଲେ। କାରଣ ଏହି ୧୪ ଜଣ ସାଉଦି ଆରବରୁ ହିଁ ଏଥିପାଇଁ ଯୋଜନା କରୁଥିଲେ।

ତେବେ ସାଉଦି ଆରବର ଅଧିକାରୀମାନେ ଭାରତ ସହ ଯୋଗାଯୋଗ କରି ଏମାନଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)କୁ ହସ୍ତାନ୍ତର କରିଛନ୍ତି। ଏନ୍‌ଆଇଏ ଏମାନଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଚେନ୍ନାଇ ଆଣିଥିଲା। ପୋନାମାଲେରେ ଥିବା ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟ ବିଚାରପତି ସେନ୍ତୁର ପାଣ୍ଡିଆନଙ୍କ ଆଗରେ ସମସ୍ତଙ୍କୁ ହାଜର କରାଯାଇଥିଲା। କୋର୍ଟ ଏମାନଙ୍କୁ ଜୁଲାଇ ୨୫ ଯାଏ ଏନ୍‌ଆଇଏ ହେଫାଜତକୁ ପଠାଇ ଦେଇଛନ୍ତି। ଏମାନେ ତାମିଲନାଡୁରେ ଆତଙ୍କୀ ସଂଗଠନ ପାଇଁ ସାଉଦି ଆରବରେ ରହି ଅର୍ଥ ଯୋଗାଡ଼ କରୁଥିଲେ।

By amfnews

Related Post