Thu. Jun 4th, 2026

ଆତଙ୍କବାଦୀ ଆକ୍ରମଣ ଯୋଜନା କରି ଫୈଜାବାଦ ଓ ଗୋରଖପୁରରେ ବେସ୍‌ ତିଆରି କରୁଛି ଲସ୍କର-ଏ-ତୈବା

288 Views

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଫୈଜାବାଦ ଏବଂ ଗୋରଖପୁର ଠାରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୈବା ବେସ୍‌ ପ୍ରସ୍ତୁତ କରୁଛି ବୋଲି ଗୁଇନ୍ଦା ଏଜେନ୍‌ସି ଗୃହମନ୍ତ୍ରାଳୟକୁ କହିଛି। ଏହି ବେସ୍‌ଗୁଡ଼ିକରେ ନୂତନ ଆତଙ୍କବାଦୀ ମୁତୟନ କରି କିଂବା ତାଲିମ କରି ଦେଶରେ ଆକ୍ରମଣ ଯୋଜନା ପ୍ରସ୍ତୁତି କରୁଥାଇ ପାରେ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛି।

ନେପାଳ ସୀମାକୁ ଲାଗିଥିବା ଉତ୍ତର ପ୍ରଦେଶ ଅଞ୍ଚଳରେ ଲସ୍କର-ଏ-ତୈବା ନିଜର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି କରିଛି। ଫୈଜାବାଦ ଏବଂ ଗୋରଖପୁର ଭଳି ଦୁଇଟି ସ୍ଥାନରେ ଆତଙ୍କବାଦୀମାନଙ୍କର ଚୟନ କରାଯାଉଥାଇ ପାରେ। ଲକ୍ଷ୍ୟ ହାସଲ ପାଇଁ ଲସ୍କର-ଏ-ତୈବା ସଦସ୍ୟ ମହମ୍ମଦ ଉମର ମଦନିକୁ ତା’ର ନେଟ୍‌ଓ୍ଵାର୍କ ମଜଭୁତ କରିବାକୁ ଦାୟିତ୍ୱ ଦିଆଯାଇଛି। ମଦନି ନେପାଳର କପିଳବାସ୍ତୁ ଅଞ୍ଚଳରେ ରହୁଥିବା କଥା ବିଶ୍ୱାସ କରାଯାଉଛି। ଲସ୍କର-ଏ-ତୈବାରେ ସାମିଲ କରିବା ନିମନ୍ତେ ସେ ନୂତନ ସଦସ୍ୟ ସନ୍ଧାନ କରୁଛି। ନେପାଳରେ ଥିବାରୁ ମଦନି ଭାରତୀୟ ନିରାପତ୍ତା ଏଜେନ୍‌ସିଙ୍କ ଠାରୁ ନିରାପଦରେ ରହିଛି।

By amfnews

Related Post