Sat. Jun 13th, 2026

ଆତଙ୍କବାଦୀଙ୍କୁ ଗୁଳି ମାରିବା ପୂର୍ବରୁ ଯବାନମାନେ କ’ଣ ନିର୍ବାଚନ କମିସନ୍‌ଙ୍କ ଅନୁମତି ନେବେ

314 Views

କୁଶିନଗର : ଗୋଟାଏ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ କହିଲେ: ଆତଙ୍କବାଦୀଙ୍କ ଉପରକୁ ଗୁଳି ଚଳାଇବା ପୂର୍ବରୁ ଆମ ଯବାନମାନେ କ’ଣ ନିର୍ବାଚନ କମିସନ୍‌ଙ୍କ ଠାରୁ ଅନୁମତି ଆଣିବେ? ବିରୋଧୀମାନେ କି ନାଟକ କରୁଛନ୍ତି?

ରବିବାର ସକାଳେ ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ ଘଟଣା ସମ୍ପର୍କରେ ବିରୋଧୀମାନେ କୁଆଡ଼େ କହିଥିଲେ କି, ନିର୍ବାଚନ ଚାଲିଥିବା ବେଳେ ନିରାପତ୍ତା ବଳ ଆତଙ୍କବାଦୀଙ୍କୁ ଗୁଳି ମାରୁଛନ୍ତି।ବିରୋଧୀଦଳଗୁଡ଼ିକର ପରାଜୟ ହେବ ବୋଲି ଆଗୁଆ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଲୋକେ ସଫଳ ସରକାରଙ୍କୁ ଲେକେ ଭୋଟ୍‌ ଦେଉଛନ୍ତି।

ସେ କହିଲେ: ଲୋକସଭା ନିର୍ବାଚନରେ ବିରୋଧୀ ଦଳମାନେ ଧରାଶାୟୀ ହେବେ। ଏହାର କାରଣ ହେଲା ଲୋକେ ସଫଳ ଏବଂ ସାଧୁ ସରକାରଙ୍କୁ ଭୋଟ୍‌ ଦେଉଛନ୍ତି।ଏସ୍‌ପି-ବିଏସ୍‌ପି ମେଣ୍ଟକୁ ଆକ୍ରମଣ କରି ମୋଦି କହିଲେ ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବ ଏବଂ ମାୟାବତୀଙ୍କ କାର୍ଯ୍ୟକାଳକୁ ଏକତ୍ର କଲେ ଯେତେ ହେବ ତାହା ଠାରୁ ଅଧିକ ଦିନ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି। କିନ୍ତୁ, ମୋ ଉପରେ ଦୁର୍ନୀତିର ଛିଟା ପଡ଼ିନାହିଁ।

ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ତାଙ୍କ ଅଲ୍‌ଓ୍ଵାର୍‌ ଗଣଦୁଷ୍କର୍ମ ମନ୍ତବ୍ୟ ପାଇଁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଲେ କି, ପୀଡ଼ିତାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦ ନାହିଁ।
ଆପଣଙ୍କୁ ଯଦି ବାସ୍ତବରେ ବାଧିଛି, ରାଜସ୍ଥାନରେ କଂଗ୍ରେସ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରୁ ନାହଁ କାହିଁକି?

By amfnews

Related Post