Wed. Oct 14th, 2026

ଆଠଟି ବିଶ୍ୱ ଚାମ୍ପିୟନ୍‌ସିପ୍‌ ମେଡାଲ୍‌ ସହ ସେମି ଫାଇନାଲ୍‌କୁ ଗଲେ ମେରି କମ୍‌

204 Views

ଉଲାନ୍‌-ଉଡେ : ଛଅ ଥର ବିଶ୍ୱ ଚାମ୍ପିୟନ ହୋଇଥିବା ମେରି କମ୍‌ ଗୁରୁବାର ଦିନ ଅଷ୍ଟମ ପଦକ ପାଇ ମହିଳା ବିଶ୍ୱ ଚାମ୍ପିୟନ୍‌ସିପ୍‌ର ସବୁଠୁ ସଫଳ ଏବଂ ଅଗ୍ରଣୀ ବକ୍ସର୍‌ ଭାବେ ରେକର୍ଡ କରିବା ସହ ଫ୍ଲାଇେଓ୍ଵଟ୍‌ରେ (୫୧କେଜି) ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କଲମ୍ବିଆର ଭାଲିନିକା ଭିକ୍ଟୋରିଆଙ୍କୁ ଶେଷ ଚାରି ପର୍ଯ୍ୟାୟରେ ମେରି କମ୍‌ ୫-୦ରେ ପରାସ୍ତ କରିଥିଲେ। ଏଥିରେ ମେରି କମ୍‌ଙ୍କୁ ବ୍ରୋଞ୍ଜ୍‌ ପଦକ ମିଳିଛି। ଶୁକ୍ରବାର ଦିନକ ବିଶ୍ରାମ ପରେ ଶନିବାର ଦିନ ମେରି କମ୍‌ ତୁର୍କ ବୁସେଞ୍ଜା କେକିରୋଗ୍ଲୁଙ୍କ ବିପକ୍ଷରେ ସେମିଫାଇନାଲ୍‌ ଖେଳିବେ।

By amfnews

Related Post