Wed. Jul 29th, 2026

ଆଜି ହିଁ ସମ୍ଭବ: ନ୍ୟୁନତମ ଆୟ ଯୋଜନାକୁ ସମର୍ଥନ କରି କହିଲେ ଚିଦାମ୍ବରମ୍‌

464 Views

ନୂଆଦିଲ୍ଲୀ: ବୁଧବାର ଦିନ ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ ଦଳର ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଦେଇ ଥିବା ନିର୍ବଚାଚନୀ ପ୍ରତିଶ୍ରୁତି ସର୍ବନିମ୍ନ ଆୟ ଯୋଜନାକୁ ଦୃଢ଼ ସମର୍ଥନ କରିଛନ୍ତି। ଚିଦାମ୍ବରମକ କହିଛନ୍ତି, ୩. ୬ ଲକ୍ଷ କୋଟି ଟଙ୍କାର ଏ ଧରଣର ଯୋଜନା ୨୦ ବର୍ଷ ପୂର୍ବେ ପ୍ରଣୟନ କରାଯାଇ ପାରି ନ ଥିଲା କି, ୪୦ ବର୍ଷ ତଳେ ବି ନୁହେଁ। ଭାରତୀୟ ଅର୍ଥନୀତିର ଆକାରକୁ ଚାହିଁ ଏହା କେବଳ ଆଜି ହିଁ ପ୍ରଣୟନ କରାଯାଇ ପାରିବ।’

ଶାସକ ଭାରତୀୟ ଜନତା ପାର୍ଟି କଂଗ୍ରେସର ଏହି ନିର୍ବାଚନ ପ୍ରତିଶ୍ରୁତିକୁ ତୀବ୍ର ସମାଲୋଚନା କରି କହିଛି: ଏହି ଏକା ‘ଗରିବି ହଟାଓ’ ସ୍ଲୋଗାନ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଜେଜିମା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଇଥିଲେ।

ଚିଦାମ୍ବରମ୍‌ କହିଛନ୍ତି: ୧୯୯୧ରେ କଂଗ୍ରେସ ସରକାର ଉଦାରିକରଣ ପ୍ରବର୍ତ୍ତନ କରିବା ପରେ ଭାରତୀୟ ଅର୍ଥନୀତିର ଆକାର ବୃଦ୍ଧି ପାଇଛି। ୨୦୦୪ ଓ ୨୦୧୪ରେ ଗଠିତ କଂଗ୍ରେସ ସରକାର ଏହାକୁ ଆହୁରି ଆଗେଇ ନେଇଥିଲା। ଭାରତୀୟ ଅର୍ଥନୀତିର ଆକାର ଏମିତି ହୋଇ ପାରିଛି ଯେ ପ୍ରସ୍ତାବିତ ଯୋଜନା ଭଳି ଯୋଜନା କେବଳ ଏବେ ପ୍ରଣୟନ କରାଯାଇ ପାରିବ।

ସେ ଆହୁରି କହିଛନ୍ତି ଯେ ରାଜସ୍ୱ ପ୍ରାୟ ୧୮% ବଢ଼ିଛି ଏବଂ ପାଞ୍ଚ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମ୍ବଳ ଦୁଇଗୁଣ ହୋଇ ଯାଇଛି। ସବୁ କଥାକୁ ବିଚାର କରି ଆମେ ସ୍ଥିର କଲୁ କି, ଭାରତ ସରକାର ଏବଂ ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ୬୦୦୦ ଟଙ୍କା ଉପାର୍ଜନ ସହାୟକ ଦେବା ଉଚିତ। ଏଥିପାଇଁ ଅର୍ଥନୈତିକ ବିଶେଷଜ୍ଞମାନଙ୍କ ସହ ମଧ୍ୟ ଦଳ ପରାମର୍ଶ କରିଛି।

By amfnews

Related Post