Thu. Jul 23rd, 2026

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

296 Views

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ମୁକାବିଲା ପାଇଁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି ଆଲୋଚନାରେ କରୋନା ମୁକାବିଲା ପାଇଁ କି ପଦକ୍ଷେପ ନିଆଯାଉଛି, ସେ ନେଇ ଆଲୋଚନା ହେବ। ଦେଶବ୍ୟାପୀ ଲକ୍‌ଡାଉନ୍ ଅବଧି ଆଉ ବୃଦ୍ଧି ହେବ କି ନାହିଁ, ସେ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇପାରନ୍ତି। ତିନି ଦିନ ତଳେ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ସମ୍ପର୍କରେ ସବୁ ଦଳର ସାଂସଦଙ୍କ ସହ ଆଲୋଚନା କରିଥିଲେ। ତା’ ପୂର୍ବରୁ କେନ୍ଦ୍ର ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଓ ବିଭିନ୍ନ ରାଜ୍ୟ ପକ୍ଷରୁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ଉତ୍ତପ୍ରଦେଶ ଓ ଛତିଶଗଡ଼ ସରକାରଙ୍କ ପକ୍ଷରୁ ମଧ୍ୟ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ମିଳିଛି। ତେବେ ତା’ ପୂର୍ବରୁ ଗୁରବାର ଠାରୁ ଓଡ଼ିଶା ଏବଂ ଗତକାଲି ପଞ୍ଜାବ ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଘୋଷଣା କରି ସାରିଛନ୍ତି।

By amfnews

Related Post