Fri. Apr 24th, 2026

ଆଜି ରିଲିଜ୍‌ ହେଉଛି ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘୨.୦’

193 Views

ମୁମ୍ବାଇ, ନଭେମ୍ବର ୨୯: ଆଜି ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘୨.୦’ ରିଲିଜ୍‌ ହେଉଛି। ଏଥିରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ବ୍ୟତୀତ ଏମି ଜାକସନ୍‌ ମଧ୍ୟ ଲିଡ଼ ରୋଲ୍ ଅଛନ୍ତି। ଏହା ସାରା ବିଶ୍ୱରେ ୭ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେଉଛି। ଓସ୍କାର ବିଜେତା ଏ.ଆର୍‌ ରହେମାନ୍‌ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ଏହାର ରିଲିଜ୍‌ ତାରିଖ ଆଗରୁ ଏକାଧିକବାର ବଦଳିଥିଲା।ପ୍ରଥମେ ଚର୍ଚ୍ଚା ହୋଇଥିଲା ଯେ, ୨୦୧୭ ଦୀପାବଳିରେ ‘୨.୦’ରିଲିଜ୍‌ ହେବ,ହେଲେ ତା’ପରେ କୁହାଗଲା ଏହା ୨୦୧୮ ଜାନୁଆରି ୨୬ ତାରିଖରେ ମୁକ୍ତିଲାଭ କରିବ।କିନ୍ତୁ ଅକ୍ଷୟ କୁମାରଙ୍କ ‘ପ୍ୟାଡ଼୍‍ମ୍ୟାନ୍‌’ଏହି ତାରିଖରେ ରିଲିଜ୍‌ ହେବ ବୋଲି ଘୋଷିତ ହେବା ପରେ ପୁଣି ଘୁଞ୍ଚିଥିଲା‘୨.୦’ର ରିଲିଜ୍‌ ତାରିଖ।ଏହାପରେ ନିଜେ ନିର୍ଦ୍ଦେଶକ ଶଙ୍କର ତାଙ୍କର ଏହି ବହୁ ପ୍ରତୀକ୍ଷିତ ସିନେମା ଆଗାମୀ ୨୦୧୮ ଏପ୍ରିଲ୍‌ ୧୪ ତାରିଖରେ ରିଲିଜ୍‌ ହେବ ବୋଲି ନିଜର ଟ୍ଵିଟରରେ ଘୋଷଣା କରିଥିଲେ।

କିନ୍ତୁ ‘୨.୦’ ଏପ୍ରିଲ୍‌ ୧୪ରେ ରିଲିଜ୍‌ ବି ହେଲା ନାହିଁ । ଏପରିଭାବେ ତିନିଥର ବଦଳିଥିଲା ‘୨.୦’ ର ରିଲିଜ୍‌ ତାରିଖ। ୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରଜନୀକାନ୍ତଙ୍କ ଏହି ଫିଲ୍ମର ବିତରଣ ଅଧିକାର କେବଳ କେରଳରେ ୧୬ କୋଟିରେ ବିକ୍ରି ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ,‘ବାହୁବଳୀ-୨’ଏହା ମାତ୍ର ୧୦ କୋଟି ୫୦ ଲକ୍ଷରେ ବିକ୍ରି ହୋଇଥିଲା।ଏ ଦୃଷ୍ଟିରୁ ‘ବାହୁବଳୀ-୨’ର ରେକର୍ଡ଼ ବ୍ରେକ୍‌ କରିସାରିଛି ବୋଲି କୁହାଯାଇପାରେ।

By amfnews

Related Post