Mon. Aug 17th, 2026
474 Views

କଟକ : ଆଜି କଟକରେ ପାଳନ ହେବ ରସଗୋଲା ମହୋତ୍ସବ। ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି ‘ରସଗୋଲା ମହୋତ୍ସବ-୨୦୨୦’ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନ ହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ।

ସନ୍ଧ୍ୟା ୫ଟାରେ ଏହି ଉତ୍ସବ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ମିଠା ବ୍ୟବସାୟୀ ଭାଗ ନେବେ। ଏଥିରେ ସାଲେପୁର ଓ ପାହାଳ ରସଗୋଲା, କେନ୍ଦ୍ରାପଡ଼ା ରସାବଳି, ଭଦ୍ରକର ପାଳୁଅ ଲଡ଼ୁ, ନୟାଗଡ଼ ଛେନାପୋଡ଼, ଟାଙ୍ଗି ଛେନା କାକରା, ପୁରୀର କ୍ଷୀରି, ନିମାପଡ଼ାର ଝିଲ୍ଲୀ ସାଙ୍ଗକୁ ଓଡ଼ିଶାର ବିଭିନ୍ନ ସ୍ଥାନର ମିଠା ସାମଗ୍ରୀର ପସରା ମେଲିବ। ତା ସାଙ୍ଗକୁ ମିଠା ମିଠା ସଙ୍ଗୀତର ଆସର ବି ଜମିବ। ଯାହାର ଭରପୁର ମଜା ନେଇପାରିବେ ସାଧାରଣ ଦର୍ଶକ।

By amfnews

Related Post