Mon. Oct 5th, 2026

ଆଜି ମହାପ୍ରଭୁଙ୍କ ପଇତାଲାଗି, ୪ ଘଣ୍ଟା ଦର୍ଶନ ବନ୍ଦ

364 Views

ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେଉଛି। ଏହି ଗୁପ୍ତନୀତି ପାଇଁ ଆସନ୍ତାକାଲି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। ଆପାତତଃ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ଏହି ସମୟ ମଧ୍ୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯାଇଛି। ନୀତି ଶେଷ ପରେ ପୁନର୍ବାର ଦର୍ଶନ ସ୍ବାଭାବିକ ହେବ ବୋଲି ସୂଚନା ଦିଆଯାଇଛି।

By amfnews

Related Post