Wed. Jul 15th, 2026

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ, ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ସଚେତନତା ବାର୍ତ୍ତା

715 Views

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ଆର୍ନ୍ତଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ  ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ସେ ଏହି ବାଲୁକା କଳାରେ ‘Tobaco Breaks Hearts’ ବିଷୟକୁ ଉଲ୍ଳେଖ କରିଛନ୍ତି। ଜଣେ ବ୍ୟକ୍ତି ନିଶାଗ୍ରସ୍ତ ହେଲେ  ଏହାର ପ୍ରଭାବ  ତାର ହୃଦ୍‌ଯନ୍ତ୍ର ଉପରେ ପଡେ ଏବଂ  ସେ ଧୀରେ ଧୀରେ ମୃତ୍ୟୁ  ମୁଖକୁ ଯାଇଥାଏ। ଏହି ଭୟାବହତାକୁ ଅତି ନିଖୁଣ ଭାବରେ ମାନସ ତାଙ୍କ ବାଲୁକା  କଳା ମାଧ୍ୟମରେ ଦର୍ଶାଇଛନ୍ତି।

ସେହିପରି ମାନସ ତାଙ୍କ ବାଲୁକା କଳାରେ ‘ChoosE Health Not Tobacco‘ର ବାର୍ତ୍ତା ମଧ୍ୟ ଦେଇଛନ୍ତି। ବାଲୁକା କଳା ମାଧ୍ୟମରେ ସେ  ହୃତପିଣ୍ଡର ଚିତ୍ର ଓ ଧୂମପାନ କରିବା ଦ୍ୱାରା କିପରି ଏହା କ୍ଷତିଗ୍ରସ୍ତ ହୁଏ ତାହା ଦେଖାଇଛନ୍ତି।

By amfnews

Related Post