Sat. Apr 25th, 2026

ଆଜି ପବିତ୍ର ବଡ଼ଦିନ, ଚର୍ଚ୍ଚରେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମୂହ ପ୍ରାର୍ଥନା

272 Views

ଭୁବନେଶ୍ୱର,ଡିସେମ୍ବର ୨୫ : ଆଜି ଖ୍ରୀଷ୍ଟମାସ ବା ବଡ଼ ଦିନ। ଏଥିପାଇଁ ସବୁଠି ଖୁସିର ପରିବେଶ। ଗତକାଲି ରାତିରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ଏହି ଅବସରରେ ଯୀଶୁଙ୍କୁ ସ୍ୱାଗତ କରାଯାଇ ବିଭିନ୍ନ ଚର୍ଚ୍ଚରେ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଭିଡ ଜମିଛି। ପ୍ରଭୁ ଯୀଶୁଙ୍କ ନିକଟରେ ଏହି ଧର୍ମର ଲୋକମାନେ ସମୂହ ପ୍ରାର୍ଥନା କରୁଛନ୍ତି। ଓଡ଼ିଶା ସମେତ ବିଶ୍ୱର ସମସ୍ତ ଚର୍ଚ୍ଚକୁ ଆଲୋକମାଳାରେ ସଜା ଯାଇଛି।

ବଡ଼ଦିନର ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ଗତକାଲି ମଧ୍ୟରାତ୍ରୀରେ ଗହଳି ଜମିଥିଲା। କେବଳ ଖ୍ରୀଷ୍ଟିଆନ୍ ନୁହେଁ ଅନ୍ୟ ଧର୍ମ ଓ ଜାତିର ଲୋକେ ଏହି ପବିତ୍ର ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ଚର୍ଚ୍ଚରେ ଭିଡ ଜମାଇଥଇଲେ। ମଧ୍ୟରାତ୍ରୀରେ ଧରାପୃଷ୍ଠରେ ଅବତରଣ କରିଥିଲେ ଯୀଶୁ। ତାଙ୍କୁ ସ୍ୱାଗତ କରିବା ପାଇଁ ଯୀଶୁଙ୍କ ସମ୍ମୁଖରେ କ୍ୟାଣ୍ଡେଲ ଜାଳିଥିଲେ। ପର୍ଯ୍ୟାୟ କ୍ରମେ ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ବାଇବେଲ ପାଠ ଓ ପ୍ରାର୍ଥନା କରାଯାଇଥିଲା। ଅନ୍ୟପକ୍ଷେ ରାଜଧାନୀର ବିଭିନ୍ନ ଚର୍ଚ୍ଚରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

By amfnews

Related Post