Sat. Jun 13th, 2026

ଆଜି ପଂଚମ ଦିନିକିଆ: ସିରିଜ ଜିତିବା ଲକ୍ଷ୍ୟରେ ବିରାଟ ସେନା

229 Views

କେରଳ, ନଭେମ୍ବର ୦୧: ବିରାଟ ସେନା ଆଜି ୱେଷ୍ଟଇଣ୍ଡିଜ ବିରୋଧରେ ପଂଚମ ଦିନିକିଆ ମ୍ୟାଚ ଖେଳାଯିବ । ଭାରତ କଳେବଳେ କୌଶଳେ ଆଜିର ମ୍ୟାଚ ଜିତି ସିରିଜ ଉପରେ କବଜା କରିବାକୁ ଚେଷ୍ଟା କରିବ । ଦଳ ବର୍ତମାନ ୨-୧ରେ ଆଗୁଆ ରହିଛି । ଅନ୍ୟପକ୍ଷେ ଗୋଟିଏ ମ୍ୟାଚର ଟାଇରେ ସମାପ୍ତ ହୋଇଛି ।

ଚତୁର୍ଥ ଦିନିକିଆକୁ ଛାଡିଦେଳେ ଦଳ ଇଣ୍ଡିଜ ବିରୋଧରେ ଖେଳାଯାଇଥିବା ଅନ୍ୟ ସମସ୍ତ ମ୍ୟାଚରେ କଡା ମୁକାବିଲାରେ ସମ୍ମୁଖୀନ ହୋଇଛି । ଏପରି କି ପୁଣେ ଦିନିକିଆରେ ଇଣ୍ଡିଜ ଭାରତକୁ ପରାସ୍ତ କରିଥିଲା ।

୧୦ହଜାର ରନ୍ କ୍ଲବରେ ସାମିଲ ହୋଇ ପାରନ୍ତି ଧୋନୀ

ଅଷ୍ଟ୍ରେଲିଆ ଟି-୨୦ ସିରିଜ ପାଇଁ ଦଳରୁ ବାଦ ପଡିଥିବା ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜିର ମ୍ୟାଚରେ ଭଲ ସ୍କୋର କରିବେ ବୋଲି ଆଶା କରାଯାଉଛି । ଭାରତ ତରଫରୁ ୧୦ହଜାର ରନ ପୂରଣ କରିବା ପାଇଁ ଧୋନୀ ମାତ୍ର ୧ ରନ୍ ପଛରେ ରହିଛନ୍ତି । ସେ ୧୨୪ ରନ୍ ଏସିଆ ଏକାଦଶ ତରଫରୁ କରିଛନ୍ତି ।

ସମ୍ଭାବ୍ୟ ଭାରତୀୟ ଦଳ- ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାବନ, ଅମ୍ବତି ରାୟଡୁ, ଋଷଭ ପନ୍ତ, ମହେନ୍ଦ୍ର ସିଂ ଧୋନୀ, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ.ô, ଭୁବନେଶ୍ୱର କୁମାର, ଜସପ୍ରତି ବୁମରାହ, ଖଲିଲ ଅହମ୍ମଦ, ଉମେଶ ଯାଦବ, ଲୋକେଶ ରାହୁଲ, ମନୀଷ ପାଣ୍ଡେ, କେଦାର ଯାଦବ ।

ୱେଷ୍ଟଇଣ୍ଡିଜ- ଜେସନ ହୋଲଡର, ଫାବିଆନ ଏଲାନ, ସୁନୀଲ ଅମ୍ବରିଶ, ଦେବେନ୍ଦ୍ର ବିଶୁ, ଚନ୍ଦ୍ରପାଲ ହେମରାଜ, ଶିମରୋନ ହେଟମାୟାର, ସାଇ ହୋପ, ଅଲଜାରୀ ଜୋସେଫ, ଏବିନ ଲୁଇସ, କିମି ପାଲ, ରେବମେନ ପାବେଲ, କେମର ରୋଚ, ମାର୍ଲନ ସାମୁଏଲସ୍ ।

By amfnews

Related Post