Sun. Aug 2nd, 2026

ଆଜି କରୋନା‌ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇବ ଭାରତୀୟ ସଶସ୍ତ୍ର ବାହିନୀ

253 Views

ନୂଆଦିଲ୍ଲୀ: କରୋନାଭାଇରସ୍ ବିପକ୍ଷରେ ଲଢୁଥିବା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଅର୍ପଣ କରିବାକୁ ଆଜି ଭାରତୀୟ ସଶସ୍ତ୍ର ସେନାବାହିନୀ ‌ଦେଶର ବିଭିନ୍ନ ଅଞ୍ଚଳରେ ଫ୍ଲାଇ-ପାଷ୍ଟ୍, ସାମରିକା ବାଦ୍ୟ ବାଦନ, ସମୁଦ୍ରରେ ଯୁଦ୍ଧପୋତରେ ଆଲୋକ ପ୍ରଜ୍ଜ୍ବଳନ ଏବଂ ପୁଷ୍ପ ପାଖୁଡ଼ା ବୃଷ୍ଟି କରିବ।

ଏହି ସଙ୍କଟଜନକ ସମୟରେ ଦେଶବାସୀଙ୍କୁ ନିରାପଦ ରଖିବା ସହ ସେମାନଙ୍କର ଯତ୍ନ ନେବା ପାଇଁ ଡାକ୍ତର, ନର୍ସ, ପୁଲିସ, ଗଣମାଧ୍ୟମ, ପରିମଳ କର୍ମୀ, ଡେଲିଭରି ବୟ, ବ୍ୟାଙ୍କ୍ କର୍ମଚାରୀ, ସରକାରୀ କର୍ମଚାରୀ ଏବଂ ସ୍ଥାନୀୟ ଦୋକାନ ମାଲିକମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ବୋଲି ସେନାବାହିନୀର ମୁଖପାତ୍ର କର୍ଣ୍ଣେଲ୍ ଅମନ ଆନନ୍ଦ କହିଛନ୍ତି।

ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ନିମନ୍ତେ ଆଜି ଭାରତୀୟ ବାୟୁସେନା ଜମ୍ମୁ ଓ କଶ୍ମୀରର ଶ୍ରୀନଗରୁ କେରଳର ତିରୁବନନ୍ତପୁରମ୍, ଆସାମର ଡିବ୍ରୁଗଡ଼ରୁ ଗୁଜରାଟର କଚ୍‌ ଯାଏଁ ଫ୍ଲାଇ-ପାଷ୍ଟ୍ କରିବେ। କୋଭିଡ୍-୧୯ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ୍‌ମାନଙ୍କ ଉପରେ ବାୟୁସେନା ଓ ନୌସେନାର ହେଲିକପ୍ଟର୍‌ଗୁଡ଼ିକ ସକାଳ ୯ଟାରୁ ୧୦ ମଧ୍ୟରେ ପୁଷ୍ପପାଖୁଡ଼ା ବୃଷ୍ଟି କରିବେ।

ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ସମୁଦ୍ରରେ କେତେକ ମନୋନୀତ ସ୍ଥାନରେ ପୋତ ଚାଳନା କରିବେ ଏବଂ ସେନାବାହିନୀର ବ୍ୟାଣ୍ଡ୍ କୋଭିଡ୍ ହସ୍‌ପିଟାଲ୍ ବାହାରେ ବାଦ୍ୟ ବାଦନ କରିବ।

ମୁମ୍ବାଇସ୍ଥିତ ଗେଟ୍‌ୱେ ଅଫ୍ ଇଣ୍ଡିଆ ଠାରେ ନୌସେନାର ପାଞ୍ଚଟି ଜାହାଜରେ ସନ୍ଧ୍ୟା ୭: ୩୦ ରୁ ରାତି ୧୧: ୫୯ ଯାଏଁ ଆଲୋକ ପ୍ରଜ୍ଜ୍ବଳନ କରାଯିବ।

By amfnews

Related Post