Thu. Jun 11th, 2026

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

333 Views

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତରେ ସେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ କରିବା ସହ ଅନେକ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆଜି ସକାଳ ୮ଟା ୫୫ରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ୧୦ଟାରେ ତାଳଚେରରେ ପହଞ୍ଚି ତାଳଚେର ସାର କାରଖାନାର ଶିଳାନ୍ୟାସ କରିବେ।  ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି।

ଏହା ପରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ଯାଇ ଝାରସୁଗୁଡ଼ା ବିମାନ ବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ସେଠାରୁ ଉଡ଼ାନ୍‌ ସେବାର ଶୁଭାରମ୍ଭ ମଧ୍ୟ କରିବେ।

ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତ ଅବସରରେ ଗର୍ଜନବାହାଲ୍‌ କୋଇଲା ଖଣି, ଝାରସୁଗୁଡ଼ା-ବଡ଼ପାଲି-ସେରଡ଼େଗା ରେଲ ଲାଇନ୍ ସହ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ତେବେ ଓଡ଼ିଶା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଗତକାଲି ଟ୍ୱିଟ୍‌ କରିଥିଲେ।

By amfnews

Related Post