Fri. Sep 4th, 2026

ଆଜି ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ

225 Views

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏହି ଅବସରରେ ସେ ଓଡ଼ିଶାରେ ବିଭିନ୍ନ ରାସ୍ତା ତଥା ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ ମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗଦେବେ। ବୈଠକରେ ଫୋକସ୍‌ରେ ରହିପାରେ କୋଷ୍ଟାଲ୍ ହାଇୱେ।

ଗତ ଜାନୁଆରୀ ମାସରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଏକ୍ସପର୍ଟ ଆପ୍ରେଜାଲ୍ କମିଟି ଏହି ପ୍ରକଳ୍ପକୁ ସିଧାସଳଖ ଖାରଜ  କରିଦେଇଥିଲା।  ଏଥିସହ କେନ୍ଦ୍ର-ରାଜ୍ୟ ମଧ୍ୟରେ ପ୍ରକଳ୍ପ ଜାଗାକୁ ନେଇ ବିବାଦ ଦେଖାଦେବା ପରେ ଅନ୍ଧାରକୁ ଚାଲିଯାଇଛି ସାଢ଼େ ୭ ହଜାର କୋଟି ମୂଲ୍ୟ ଏହି ପ୍ରକଳ୍ପର ଭାଗ୍ୟ। ତେଣୁ  କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏହି ପ୍ରକଳ୍ପ ସମୀକ୍ଷା କରିବାର ସମ୍ଭାବନା ରହିଛି।

ଏହା ପରେ ଗଡ଼କରୀ ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ଣରେ ନାଗପୁର ଫେରିବାର କାର୍ଯ୍ୟକ୍ରମ ରହିଛି। ଗଡ଼କରୀ ଆଜି ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଆସିବେ। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post