Fri. Jul 3rd, 2026

ଆଜି ଉଚ୍ଛେଦ ହେବ ସାନ ଛତା ମଠ

332 Views

ପୁରୀ : ପୁରୀରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ଗତକାଲି ଭଙ୍ଗା ଯାଇଥିବା ବଡ଼ ଆଖଡ଼ା ମଠର ଅବଶିଷ୍ଟ ଅଂଶକୁ ଆଜି ଭଙ୍ଗାଯାଉଛି। ଗତକାଲି ବଡ଼ ଆଖଡ଼ା ମଠର ୫୦ ପ୍ରତିଶତ ଭଙ୍ଗାଯାଇଥିଲା। ତେବେ ଏହି ଉଚ୍ଛେଦ ବେଳେ ମଠର ବିଜେସ୍ଥଳୀ, ମହନ୍ତ ରହିବା ସ୍ଥାନକୁ ଉଚ୍ଛେଦ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଆଜି ସାନ ଛତା ମଠ, ବ୍ୟବସାୟ ସ୍ଥଳୀ ଓ ହୋଟେଲ ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଛି। ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟ ଓ ବ୍ୟାପକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ,  ସାତ ତାରିଖ ଦିନ ଆମିକସକ୍ୟୁରୀଙ୍କ କ୍ଲିନଚିଟ୍ ପରେ ବନ୍ଦ ଥିବା ଉଚ୍ଛେଦ ଅଭିଯାନ ଆଗକୁ ବଢ଼ିଥିଲା। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଉଚ୍ଛେଦ ଅଭିଯାନକୁ ଆମିକସ କ୍ୟୁରୀ ରଞ୍ଜିତ କୁମାରଙ୍କ କ୍ଲିନଚିଟ୍ ଦେବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। ଆମିକସ କ୍ୟୁରୀଙ୍କୁ ପୁରୀର ପ୍ରକୃତ ସତ ଦେଖିବାକୁ ଦିଆଯାଇନାହିଁ। ରାଜ୍ୟ ସରକାର ତାଙ୍କୁ ଅନ୍ଧାରରେ ରଖି ଉଚ୍ଛେଦ କାର୍ଯ୍ୟରେ ମୋହର ମାରେଇ ନେଇଛନ୍ତି ବୋଲି କହି ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ପୁରୀରେ ଉଚ୍ଛେଦ ଅଭିଯାନକୁ ନେଇ ଦିନକୁ ଦିନ ଜନଆକ୍ରୋଶ ବଢ଼ୁଥିବାରୁ ସରକାର ଦୁଇଥର ଥଇଥାନ ପ୍ୟାକେଜ ଘୋଷଣା କରିଛନ୍ତି। ହେଲେ ଏହା କେତେଦୂର ଜନଅସନ୍ତୋଷକୁ ପ୍ରଶମିତ କରୁଛି, ତାହା ଦେଖିବାକୁ ବାକି ରହିଲା।

By amfnews

Related Post