Thu. Jul 30th, 2026

ଆଜି ଅପରାହ୍ଣ ୨ଟା ପରଠାରୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ, ଜାମଦା ଓ ବହଲଦା ବ୍ଲକରେ ଭୟଙ୍କର କାଳବୈଶାଖୀ ଆଶଙ୍କା; ଜାରି ହେଲା ସତର୍କ ସୂଚନା

286 Views

ଭୁବନେଶ୍ୱର: ରାଜ୍ୟର ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ତିରିଙ୍ଗ, ଜାମଦା ଓ ବହଲଦା ପ୍ରମୁଖ ତିନିଟି ବ୍ଲକରେ ଆଜି (୧୫ ମାର୍ଚ୍ଚ, ଶୁକ୍ରବାର) ଅପରାହ୍ଣ ୨ଟା ୨୧ ପରଠାରୁ ଭୟଙ୍କର କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହେବାର ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ଆଳଳନ କରୁଥିବା ଆର୍ଥ ନେଟଓ୍ଵାର୍କ। ଏହି ସମୟରେ ଏହିସବୁ ଅଞ୍ଚଳରେ ପ୍ରବଳ ବେଗରେ ପବନ ବହିବା ସହ ଘନ ଘନ ବଜ୍ରପାତର ଆଶଙ୍କା ରହିଥିବା ମଧ୍ୟ କହିବା ସହ ଘୂୂର୍ଣ୍ଣିଝଡ଼ ସମୟରେ ପଦାକୁ ନବାହାରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦେଇଛି।

ଏତଦ୍‌ ବ୍ୟତୀତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସନ୍ଧ୍ୟା ସୁଦ୍ଧା ଘଡ଼ଘଡ଼ି ସହ କାଳବେଶାଖୀ ବର୍ଷା ହେବର ସମ୍ଭାବନା ରହିଥିବା ଜାଣିବାକୁ ମିଳିଛି।

By amfnews

Related Post