Tue. Sep 8th, 2026

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା; କପି ରୋକିବାକୁ ୨ ଥର ହେବ ଯାଞ୍ଚ

208 Views

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ବିଜ୍ଞାନ ଛାତ୍ରଛାତ୍ରୀ।  ଆଜି ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଗୋଟାଏ ଯାଏ ଚାଲିବ। ସମୁଦାୟ ୧,୧୪୩ କେନ୍ଦ୍ରରେ ସାଢ଼େ ୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ସୂଚନା ଅନୁସାରେ, ରାଜ୍ୟର ୨୦୨ଟି ହବ୍‌ରେ ପ୍ରଶ୍ନପତ୍ର ରଖାଯାଇଛି। ଆଜି ଦିନ ସାଢ଼େ ୯ଟା ସୁଦ୍ଧା ତାହା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ୧୦ଟାରେ ତାହା ପରୀକ୍ଷାର୍ଥୀଙ୍କୁ ଦିଆଯିବ। ଏବର୍ଷ ସମସ୍ତ କେନ୍ଦ୍ରରେ ସିସିଟିଭି ଲାଗିଥିବା ବେଳେ କପି ଓ ନକଲି ପରୀକ୍ଷାର୍ଥୀ ରୋକିବାକୁ କେନ୍ଦ୍ରରେ ପିଲାଙ୍କୁ ଦୁଇ ଦୁଇ ଥର ଯାଞ୍ଚ କରାଯିବ।

ପ୍ରଥମ ଚେକିଂରେ ପିଲାଙ୍କ ପରିଚୟ ପତ୍ର ଯାଞ୍ଚ ହେବ ଏବଂ ଦ୍ୱିତୀୟ ଚେକିଂରେ କପି ଯାଞ୍ଚ କରାଯିବ। ମାଓ ଉପଦ୍ରୁତ ଅଞ୍ଚଳରେ ସୁରୁଖୁରୁରେ ପରୀକ୍ଷା କରାଇବା ପାଇଁ ସିଏଚ୍ଏସ୍ଇ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

By amfnews

Related Post