Sat. Jun 13th, 2026

ଆଜିଠୁ ବିଧାନସଭା ବଜେଟ ଅଧିବେଶନ; ସରକାର, ବିରୋଧୀଙ୍କ ରଣନୀତି ପ୍ରସ୍ତୁତ

312 Views

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ ।  ଗତକାଲି ରଣନୀତି ପ୍ରସ୍ତୁତ କରିଛନ୍ତି ତିନି ରାଜନୈତିକ ଦଳ। ସରକାରଙ୍କୁ ଘେରିବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ପ୍ରସ୍ତୁତ ହୋଇଛି ବିସ୍ତୃତ ରଣନୀତି । ଆଇନଶୃଙ୍ଖଳା, ବିଜୁଳି ଭିତ୍ତିଭୂମି, ଗଞ୍ଜାମ ବସ୍ ଟ୍ରାଜେଡି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି, ଧାନ ମଣ୍ଡି ଟୋକନ ଅବ୍ୟବସ୍ଥା, ନାରୀ ନିର୍ଯାତନା ଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟ ପ୍ରସଙ୍ଗକୁ ଗୃହରେ ଉଠାଇବ ଦଳ ।

ଚାଷୀ ସମସ୍ୟା, ଅଭାବି ଧାନ ବିକ୍ରି, ମଣ୍ଡି ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପିସି କାରବାର, ବେକାରୀ ଓ ଦାଦନ ସମସ୍ୟାକୁ ପ୍ରସଙ୍ଗ କରିବା ଲାଗି ସ୍ଥିର କରିଛି କଂଗ୍ରେସ ।

ବିରୋଧୀଙ୍କୁ କାଉଣ୍ଟର ଲାଗି ବି ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ବିଜେଡି। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଦଳର ରଣନୀତି ପ୍ରସ୍ତୁତ ହୋଇଛି। କେନ୍ଦ୍ରୀୟ ଅନୁଦାନ ହ୍ରାସ, ଜାତି ଭିତ୍ତିକ ଜନଗଣନା, ରେଳ ବଜେଟ୍‌ରେ ଟଙ୍କା ହ୍ରାସକୁ ଢାଲ କରିବ ବିଜେଡି ।

By amfnews

Related Post