Wed. Sep 30th, 2026
264 Views

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି। ହବିଷ୍ୟାଳିମାନେ ଆଜି ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ କରିବା ସହ ମାସେ ଧରି ବ୍ରତ ପାଳନ କରିବେ। ଏହାପରେ ରାଇଦାମୋଦର ପୂଜା କରିବେ ଏବଂ ଶ୍ରୀଜିଉଙ୍କ ଆଶିଷ ନେଇ ମହାପ୍ରସାଦ ସେବନ କରି ଦିନ କଟାଇବେ।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୩ ହଜାର ହବିଷ୍ୟାଳିଙ୍କ ରହିବା ପାଇଁ ୩ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ସେଗୁଡ଼ିକ ହେଲା ରେଲୱେ ଟୁରିଷ୍ଟ କଂପ୍ଲେକ୍ସ, ନରେନ୍ଦ୍ର କୋଣ ହବିଷ୍ୟାଳି ସ୍ଥାୟୀ ଆଶ୍ରୟ ସ୍ଥଳ ଓ ପୁରୀ ପୌରସଂସ୍ଥା କଲ୍ୟାଣମଣ୍ଡପ। ହବିଷ୍ୟାଳିମାନଙ୍କୁ ଶିବିରରେ ସମସ୍ତ ଆନୁସଙ୍ଗିକ ସୁବିଧା ସହ ମହାପ୍ରସାଦ ସେବନର ମଧ୍ୟ ସୁବିଧା ମିଳିବ। ଏଥିସହ ସେଠାରେ ତୁଳସୀ ଚଉରା, ପୂଜାସ୍ଥାନ ଓ ଭାଗବତ ପାରାୟଣ ପାଠର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ।

ସୁରକ୍ଷାକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ଓ ପୁଲିସ୍‌ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ପାଇଁ ୨୪ଘଣ୍ଟି‌ଆ ଡାକ୍ତର ଓ ଆମ୍ବୁଲାନ୍ସ ମହଜୁଦ ରଖାଯାଇଛି।

By amfnews

Related Post