Wed. Oct 14th, 2026

ଆଜମ ଖାନଙ୍କ ପୁଣି ଏକ ବିବାଦୀୟ ବୟାନ୍ , ଭିଡ଼ ହିଂସା ହେଉଛି ୧୯୪୭ ମସିହା ପରଠାରୁ ମୁସଲମାନଙ୍କୁ ମିଳିଥିବା ଦଣ୍ଡ

255 Views

ରାମପୁର  :  ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ଉତ୍ତର ପ୍ରଦେଶର ରାମପୁରର ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ଲୋକସଭା ସଦସ୍ୟ ଆଜମ ଖାନ ପୁଣି ଏକ ବିବାଦୀୟ ବୟାନ୍ ଦେଇଛନ୍ତି।
ଏସପି ସାଂସଦ ଆଜମ ଖାନ ଭିଡ଼ ହିଂସାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଆଜମ ଖାନ ଭିଡ ହିଂସା (ମୋବ୍ ଲିଂଚିଙ୍ଗ) ଘଟଣା ଗୁଡିକୁ ନେଇ କହିଛନ୍ତି, ଭିଡ଼ ହିଂସା ହେଉଛି ୧୯୪୭ ମସିହା ପରଠାରୁ ମୁସଲମାନଙ୍କୁ ମିଳିଥିବା ଦଣ୍ଡ ।

ମୁସଲମାନ ଯେଉଁଆଡେ ଯିବେ ତାଙ୍କୁ ଏହା ସହିବାକୁ ପଡିବ । ଏବେ ଏହି ଘଟଣା ଆହୁରି ଅଧିକ ହେବ, ଏସବୁ ସହିବାକୁ ପଡିବ । ଆଜମ କହିଛନ୍ତି ଆମର ପୂର୍ବପୁରୁଷମାନେ ପାକିସ୍ତାନ କାହିଁକି ଗଲେନି ? ଏହା ମୌଲାନା ଆଜାଦ, ଜବାହାରଲଲ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ପଚାରିବା ଦରକାର । ମୁସଲମାନଙ୍କ ସରୁକ୍ଷା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନରେ ବିଜୟୀ ହେବାପରେ ଗତ ଜୁନ୍ ୩୦ ତାରିଖରେ ସେ ପ୍ରଥମ ଥରଲାଗି ଏକ ସାଧାରଣ ସଭାରେ ଉଦବୋଧନ ଦେବା ବେଳେ ବିଜେପି ନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ। ଏହି ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା।

By amfnews

Related Post