Thu. Sep 3rd, 2026

ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଦିଆଯାଇଥିଲା ବିଷ !

333 Views

ହରିଦ୍ୱାର: ଯୋଗ ଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ତଥା ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଆଚାର୍ଯ୍ୟ ବାଳକୃଷ୍ଣ ଶୁକ୍ରବାର ଅପରାହ୍ନରେ ହଠାତ ଅସୁସ୍ଥ ହୋଇପଡିଥିଲେ | ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଉତ୍ତରାଖଣ୍ଡର ଋଷିକେଶସ୍ଥିତ ଏମସ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ଚିକିତ୍ସା ପରେ ବାଳକୃଷ୍ଣ ସୁସ୍ଥ ହୋଇଛନ୍ତି | କିନ୍ତୁ ତାଙ୍କର ଅସୁସ୍ଥତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି | ପ୍ରଥମେ ଗୁଜବ ଉଠିଥିଲା ଯେ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା | କିନ୍ତୁ ସେ ବର୍ତ୍ତିଯାଇଛନ୍ତି | ତେବେ ବର୍ତ୍ତମାନ ଏହି ଗୁଜବକୁ ଇନ୍ଧନ ଯୋଗାଇଛି କଂଗ୍ରେସ ନେତା କିଶୋର ଉପାଧ୍ୟୟଙ୍କ ଏକ ଟ୍ୱିଟ |

ସେ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ବାଳକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା | କୁହାଯାଉଛି ବାଳକୃଷ୍ଣଙ୍କୁ ଦିଆଯାଇଥିବା ମିଠାରେ ବିଷ ମିଶାଯାଇଥିଲା | ଯାହାଫଳରେ ଏହି ମିଠାକୁ ଖାଇବା ପରେ ବାଳକୃଷ୍ଣ ଅସୁସ୍ଥ ହୋଇପଡିଥିଲେ | ତେବେ ଏଭଳି ଗୁଜବକୁ ବାବା ରାମଦେବ ସ୍ୱୀକାର କରି ନଥିଲେ ବି ଖଣ୍ଡନ ମଧ୍ୟ କରିନାହାନ୍ତି | ଏହି ଘଟଣାର ଏଜେନ୍ସି ଦ୍ୱାରା ଯାଞ୍ଚ କରାଇବାକୁ କଂଗ୍ରେସ ନେତା ଦାବି କରିଛନ୍ତି | ଏଠାରେ ସୂଚନା ଥାଉ କି ଶୁକ୍ରବାର ଆଚାର୍ଯ୍ୟ ବାଲକ୍ରିଷ୍ଣା ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ପ୍ରଥମେ ହରିଦ୍ୱାରର ଏକ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା।

ହେଲେ, ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ନ ହେବାରୁ ଡାକ୍ତରମାନଙ୍କର ପରାମର୍ଶ କ୍ରମେ ତାଙ୍କୁ ଋଷିକେଶସ୍ଥିତ ଏମସକୁ ସ୍ଥାନାନ୍ତର କରାଯାଇଥିଲା | ତେବେ ଡାକ୍ତରଙ୍କ ନିରନ୍ତର ପ୍ରୟାସ ପରେ ବାଳକୃଷ୍ଣ ସୁସ୍ଥ ହୋଇଥିଲେ | ଏଠାରେ ସୂଚନା ଥାଉ କି, ଯୋଗଗୁରୁ ବାବା ରାମଦେବଙ୍କ ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ମୂଳତଃ ହେଉଛନ୍ତି ଜଣେ ନେପାଳୀ। ସେ ଯୋଗଗୁରୁ ରାମଦେବଙ୍କ ସହ ମିଶି ପ୍ରଥମେ ୧୯୯୫ରେ ହରିଦ୍ୱାର ଠାରେ ଦିବ୍ୟ ଯୋଗ ଫାର୍ମାସିର ପ୍ରତିଷ୍ଠା କରିଥିଲେ ପରବର୍ତ୍ତୀ ସମୟରେ ୨୦୦୬ରେ ରାମଦେବଙ୍କ ସହ ମିଶି ସେ ପ୍ରତିଷ୍ଠା କରିଥିଲେ ପତଞ୍ଜଳି ଆୟୁର୍ବେଦ।

By amfnews

Related Post