Mon. Aug 24th, 2026

‘ଆଙ୍ଗୁଠିରେ ନୁହେଁ, ବୁଦ୍ଧି ଖଟାଇ କରନ୍ତୁ ମତଦାନ :ସୋନୁ ସୁଦ୍‌

400 Views

ନୂଆଦିଲ୍ଲୀ, ଅକ୍ଟୋବର ୨୮ :  ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ମତଦାନ କେନ୍ଦ୍ରରେ ଲୋକେ ସକାଳୁ ଭୋଟ ଦେବା ପାଇଁ ଛିଡା ହୋଇଛନ୍ତି। ତେବେ ଭୋଟ୍ ଜିତିବା ପାଇଁ କିଏ କେତେକଣ କୌଶଳ ଆପଣାଉଛି ତେବେ ଏହି ପରିପେକ୍ଷୀରେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ଏକ ଅପିଲ କରିଛନ୍ତି। ମତଦାନରେ ସେ ଆଙ୍ଗୁଠି ବ୍ୟବହାର ନ କରି ନିଜ ବୁଦ୍ଧି ଖଟାଇ ମତଦାନ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି।

ଏହାସହ ସେ ବିହାରରୁ ପଳାୟନ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସୋନୁ ସୁଦ୍ ଏନେଇ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ, ଯେଉଁଦିନ ଆମ ବିହାର ଭାଇମାନଙ୍କୁ ନିଜ ଘର ଛାଡି କାମ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ିବନି, ଯେଉଁଦିନ ଅନ୍ୟ ରାଜ୍ୟର ଲୋକ କାମ ପାଇଁ ବିହାର ଆସିବେ ସେହିଦିନ ଦେଶର ବିଜୟ ହେବ। ଭୋଟ୍ ପାଇଁ ବଟନ୍ ଆଙ୍ଗୁଠିରେ ନୁହେଁ ବୁଦ୍ଧି ସାହାଯ୍ୟରେ ଚାପିବେ।\’ ସୋନୁ ସୁଦଙ୍କ ଛଡା ଅଭିନେତ୍ରୀ ଓ କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକର ମଧ୍ୟ ଟ୍ୱିଟ୍ କରି ବିହାର ଜନତାଙ୍କୁ ମତଦାନ ପାଇଁ ଅପିଲ୍ କରିଛନ୍ତି।

By amfnews

Related Post