Tue. Aug 4th, 2026
367 Views

ଭୁବନେଶ୍ବର : ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ଆଜି ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। କିନ୍ତୁ ଦର୍ଶକଙ୍କ ଗ୍ୟାଲେରିରେ ମୁଖ୍ୟ ଆକର୍ଷଣ ସାଜିଥିଲେ ନବୀନ ପଟ୍ଟନାୟକଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା। ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କଲା ବେଳେ ଉପସ୍ଥିତ ଲୋକମାନେ ତାଙ୍କୁ ବଡ଼ ପାଟିରେ ଅଭିନନ୍ଦନ ଜଣାଇଥିଲେ। ଫଳରେ ଉତ୍ସବ ସ୍ଥଳ କମ୍ପି ଉଠିଥିଲା। ଭଉଣୀ ଗୀତା ମେହେଟ୍ଟା ଖୁସିରେ ତାଳି ମାରୁଥିବା ଦେଖାଯାଇଥିଲା। ଉଭୟ ଶେଷ ପର୍ଯ୍ୟନ୍ତ ବସିବା ସହ ପରେ ସଚିବାଳୟ ଯାଇଥିଲେ। ସେଠାରେ କିଛି ସମୟ ରହି ନବୀନ ନିବାସ ଫେରିଯାଇଥିଲେ। ତେବେ ଗଣମାଧ୍ୟମକୁ ଉଭୟ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ।

By amfnews

Related Post