Fri. Oct 16th, 2026

ଆଉ ପାଦେ ଆଗେଇଲା ଚନ୍ଦ୍ରଯାନ-୨; ଆସନ୍ତାକାଲି ଚନ୍ଦ୍ରର ସବୁଠୁ ନିକଟରେ ପହଞ୍ଚିବ ଲ୍ୟାଣ୍ଡର୍

327 Views

ନୂଆଦିଲ୍ଲୀ   :  ଆଜି ଚନ୍ଦ୍ରଯାନ-୨ ଲ୍ୟାଣ୍ଡରର୍ କାର୍ଯ୍ୟକାରିତାର ପୁଣିଥରେ ପରୀକ୍ଷା କରାଯିବ। ମାତ୍ର ୩ ସେକେଣ୍ଡ୍ ପାଇଁ ଏହାର ଇଞ୍ଜିନ କାର୍ଯ୍ୟକ୍ଷମ କରାଯିବ। ଆସନ୍ତାକାଲି ଲ୍ୟାଣ୍ଡର୍ ଚନ୍ଦ୍ରର ସବୁଠୁ ନିକଟରେ ଅର୍ଥାତ୍ ସର୍ବନିମ୍ନ ପ୍ରାୟ ୩୫ କିଲୋମିଟର କକ୍ଷପଥରେ ପହଞ୍ଚିବ। ଯୋଜନା ଅନୁସାରେ, ଏହି କକ୍ଷପଥରେ ଆହୁରି ୩ ଦିନ ବୁଲିବା ପରେ ଆସନ୍ତା ୭ ତାରିଖ ରାତି ଗୋଟାଏ ୫୫ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୨।

ତେବେ ଅର୍ବିଟରୁ ଲ୍ୟାଣ୍ଡର୍ ବିକ୍ରମ ଅଲଗା ହେବା ପରେ ଅଭିଯାନର ଆଗାମୀ ସମସ୍ତ ପର୍ଯ୍ୟାୟ ଇସ୍ରୋ ପାଇଁ ନୂଆ ଉପଲବ୍ଧି ହେବ।
ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ଅତିକ୍ରମ କରିଥିଲା ଚନ୍ଦ୍ରଯାନ-୨। ଗତକାଲି ଦିନ ଗୋଟାଏ ୧୫ ମିନିଟରେ ଅର୍ବିଟରୁ ସଫଳତାର ସହ ଅଲଗା ହୋଇଥିଲା ଲ୍ୟାଣ୍ଡର୍ ବିକ୍ରମ। ଏବେ ଚନ୍ଦ୍ରଯାନର ଅର୍ବିଟର୍ ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଦୂରତାରେ ଚନ୍ଦ୍ରକୁ ପରିକ୍ରମା କରୁଥିବା ବେଳେ, ଲ୍ୟାଣ୍ଡର୍ ବିକ୍ରମ ନିଜ ସହ ରୋଭର୍ ପ୍ରଜ୍ଞାନକୁ ନେଇ ଚନ୍ଦ୍ରର ଆହୁରି ନିକଟତର ହେବା ଆରମ୍ଭ କରିଛି। ଲ୍ୟାଣ୍ଡର୍ ବିକ୍ରମ ଓ ରୋଭର୍ ପ୍ରଜ୍ଞାନ ସମ୍ପୂର୍ଣ୍ଣ ଠିକ୍ ଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post