Sat. May 16th, 2026

ଆଇସ୍‌ଲାଣ୍ଡ୍‌ରେ ସଡ଼କ ଦୁର୍ଘଟନା ଯୋଗୁଁ ୩ ବ୍ରିଟିସ୍‌-ଭାରତୀୟ ମୃତ

283 Views

ନୂଆଦିଲ୍ଲୀ, ଡିସେମ୍ବର ୨୮ : ଶୁକ୍ରବାର ଦିନ ଆଇସ୍‌ଲାଣ୍ଡ୍‌ରେ ସଡ଼କ ଦୁର୍ଘଟନା ଘଟି ତିନି ଜଣ ଭାରତୀୟ ବଂଶୋଦ୍ଭବ ବ୍ରିଟିସ୍‌ ନାଗରିକଙ୍କର ମୃତ୍ୟୁ ହୋଇଛି। ଦୁଇ ଭାଇ ଓ ସେମାନଙ୍କ ପରିବାର ଯାଉଥିବା ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲଟି ରେଲିଙ୍ଗ୍‌ ଦେଇ ପୋଲ ତଳକୁ ଖସିପଡ଼ିଥିଲା।

ଆଇସ୍‌ଲାଣ୍ଡ୍‌ ପୁଲିସ କହିଛି ମୃତ ବ୍ୟକ୍ତିଙ୍କ ମଧ୍ୟରେ ରହିଛି ଗୋଟାଏ ପିଲା ଏବଂ ଆହତ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ୭ ଓ ୯ ବର୍ଷ ବୟସର ଦୁଇଟି ପିଲା। ଆହତମାନେ ଗୋଟିଏ ପରିବାରର ବୋଲି ପୁଲିସ ପ୍ରଥମେ କହିଥିଲା।

ଦକ୍ଷିଣ ଆଇସ୍‌ଲାଣ୍ଡ୍‌ର ବିସ୍ତତ ସମତଳ ବାଲୁକା ଅନ୍ତର୍ଗତ ସ୍କିଡାରାର୍‌ସାଣ୍ଡୁର୍‌ରେ ଥିବା ଓ୍ଵାନ୍‌-ଲେନ୍‌ ପୋଲ ଉପର ରେଲିଙ୍ଗ୍‌ ଉପରେ ଧକ୍କା ଖାଇବାରୁ ଦୁର୍ଘଟନା ଘଟିଥିଲା। ପୋଲରୁ ଖସି କାର୍‌ଟି ପଥୁରିଆ ନଈକୂଳରେ ପଡ଼ିଥିଲା।

କେଉଁ କାରଣରୁ ବ୍ରିଟିସ୍‌ ଡ୍ରାଇଭର୍‌ ଜଣକ ଗାଡ଼ିରୁ ନିୟନ୍ତ୍ରଣ ହରାଇଲେ ତାହା ଅସ୍ପଷ୍ଟ ରହିଛି ବୋଲି ପୁଲିସ କହିଥିଲେ ବି ସେ ସମୟରେ ସେଠାକାର ତାପମାତ୍ରା କୋଲମାରିଯିବା ଭଳି ଥିଲା। ସୂର୍ଯ୍ୟୋଦୟ ଦୁର୍ଘଟନା ଘଟିଛି।

ରିକ୍‌ଜାଓ୍ଵିକ୍‌ ଠାରେ ଥିବା ବ୍ରିଟିସ୍‌ ଦୂତାବାସ ନିଶ୍ଚିତ କରି କହିଛି ଯେ ସେ ପର୍ଯ୍ୟଟକମାନେ ବ୍ରିଟିସ ନାଗରିକ। ଦୂତାବାସ ସେମାନଙ୍କ ପରିବାରକୁ ସୂଚନା ଏବଂ ସହାୟତା ଯୋଗାଇ ଦେବ।

ଭାରତୀୟ ଦୂତାବାସ ବ୍ରିଟେନ୍‌ରେ ବାସ କରୁଥିବା ଦୁର୍ଘଟନାଗ୍ରସ୍ତ ପୀଡ଼ିତଙ୍କ ତୃତୀୟ ଭାଇଙ୍କ ସହ ଯୋଗାଯୋଗ କରିଥିଲା। ସେ ଖୁବ୍‌ ଶୀଘ୍ର ଆଇସ୍‌ଲାଣ୍ଡ୍‌ରେ ପହଞ୍ଚୁଛନ୍ତି। ଆଇସ୍‌ଲାଣ୍ଡ୍‌ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଆର୍ମଷ୍ଟ୍ରଙ୍ଗ୍‌ ଚାନ୍‌ସାଙ୍ଗ୍‌ ଡାକ୍ତରଖାନା ଯାଇ ଡାକ୍ତର ଏବଂ ଜଣେ ଡାକ୍ତରଖାନା ଭିକାର୍‌ଙ୍କ ସହ କଥାବାର୍ତ୍ତା କରିଛନ୍ତି।

By amfnews

Related Post