Thu. Sep 10th, 2026
361 Views

ନୂଆଦିଲ୍ଲୀ, ଅକ୍ଟୋବର ୧୦ : ଆଇପିଏଲ ମହାସମର 2020 । ଆଜି ଖେଳାଯିବ ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବକୁ ଭେଟିବ କୋଲକାତା ନାଇଟ ରାଇଡ଼ର୍ସ । ସେହିପରି ଅନ୍ୟ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ରୟାଲ ଚାଲେଞ୍ଜର ବାଙ୍ଗାଲୋର । ଅପରାହ୍ନ ସାଢ଼େ ୩ଟାରେ ଏହି ମ୍ୟାଚ୍ ଆବୁଧାବିରେ ଖେଳାଯିବ।

ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱବହନ କରୁଛି । ପଞ୍ଜାବ ଲଗାତାର ଭଲ ପ୍ରଦର୍ଶନ କରୁଥିବାବେଳେ ବିଜୟର ସ୍ୱାଦ ଚାଖିପାରୁନି। ଯାହାକୁ ନେଇ ଅଧିନାୟକ କେ.ଏଲ୍ ରାହୁଲ୍ ଚିନ୍ତିତ ଥିବା ଜଣାପଡ଼ିଛି। ଅନ୍ୟପଟେ କିଛି ମ୍ୟାଚର ପରାଜୟ ପରେ କେକେଆର ବିଜୟ ରାସ୍ତାକୁ ଫେରିଛି। ତେଣୁ ଏହି ମ୍ୟାଚରେ ବିଜୟୀ ହେବା ସହିତ ଦୁଇ ଦଳ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିବ ବୋଲି କେକେଆର ଅଧିନାୟକ ଦିନେଶ କାର୍ତ୍ତିକ ସୂଚନା ଦେଇଛନ୍ତି ।

By amfnews

Related Post