Sat. Oct 3rd, 2026

ଆଇଏସ୍‌ଆଇଏସ୍‌ ପକ୍ଷରୁ ନ୍ୟୁୟର୍କରେ ଆକ୍ରମଣ ପାଇଁ ଯୋଜନା କରିଥିଲେ ପାକିସ୍ତାନୀ-ଆମେରିକୀୟ ତରୁଣ

456 Views

ନ୍ୟୁୟର୍କ : ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ ପକ୍ଷରୁ ନ୍ୟୁୟର୍କ ସହରରେ ଭୟାବହ ଆକ୍ରମଣ କରିବାକୁ ଓ ଏହି ଧରଣର ଆକ୍ରମଣ କରିବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେବାକୁ ଜଣେ ପାକିସ୍ତାନୀ-ଆମେରିକୀୟ ତରୁଣ ଯୋଜନା କରିଥିବା କଥା ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି।

ଶୁକ୍ରବାର ଦିନ ଆସିଷ୍ଟାଣ୍ଟ୍‌ ଆଟର୍ଣ୍ଣି ଜେନେରାଲ୍‌ ଫର୍‌ ନେସ୍‌ନାଲ୍‌ ସିକ୍ୟୁରିଟି ଜନ୍‌ ସି ଡିମର୍ସ କହିଛନ୍ତି ଯେ ଆଇଏସ୍‌ ତରଫରୁ ନ୍ୟୁୟର୍କରେ ମାରାତ୍ମକ ଆକ୍ରମଣ କରିବାକୁ ୧୯ ବର୍ଷିୟ ଆଓ୍ଵାଇସ୍‌ ଚୌଧୁରୀ ଯୋଜନା କରିଥିଲେ ବୋଲି କୁହାଯାଉଛି। ଶୁକ୍ରବାର ଦିନ ଚୌଧୁରୀଙ୍କୁ ଫେଡେରାଲ୍‌ କୋର୍ଟରେ ହାଜର କରାଯିବା ପରେ ମାଜିଷ୍ଟ୍ରେଟ୍‌ ଜଜ୍‌ ଜେମ୍‌ସ୍‌ ଅରେନ୍‌ଷ୍ଟିନ୍‌ ତାଙ୍କୁ ଜାମିନ ନ ଦେଇ ଅଟକ ରଖିବାକୁ କହିଥିଲେ।

ଫେଡେରାଲ୍‌ ଓକିଲ ରିଚାର୍ଡ ଡୋନୋଗ୍‌ହ୍ୟୁ କହିଲେ, ଆକ୍ରମଣ କରିବାକୁ ଅନ୍ୟମାନଙ୍କୁ ଉତ୍ସାହ ଦେବା ଆଶାରେ ଚୌଧୁରୀ ଏଭଳି ରକ୍ତପାତ କରିବାକୁ ଚାହୁଁଥିଲେ। ସେ ଯୋଜନା କରିଥିବା ଆକ୍ରମଣ ସବୁକୁ ରେକର୍ଡ କରିବା ନିମନ୍ତେ ସେ ବରାଦ ଦେଇଥିବା ଗୋଟାଏ ଗିଅର୍‌ ଆଣିବାକୁ ଜଣେ ଅନ୍‌ଲାଇନ୍‌ ଭେଣ୍ଡର୍‌ଙ୍କ ଦୋକାନକୁ ଗୁରୁବାର ଦିନ ଯାଇଥିବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା। ପୁଲିସ କମିସନର୍‌ ଜେମ୍‌ସ୍‌ ଓ’ନିଲ୍‌ କହିଛନ୍ତି: ନ୍ୟୁୟର୍କବାସୀଙ୍କୁ ହତ୍ୟା କରିବାକୁ ଆଓ୍ଵାଇସ୍‌ ଚୌଧୁରୀ ଆଇଏସ୍‌ରୁ ଟେଲିଫୋନ୍‌ ପାଇଥିଲେ।

By amfnews

Related Post