Sun. Jul 5th, 2026

ଅହାନ୍‌ଙ୍କୁ ପ୍ରଶିକ୍ଷଣ ସମୟରେ ସାଥ୍‌ ଦେଉଛନ୍ତି ଗାର୍ଲଫ୍ରେଣ୍ଡ୍‌

377 Views

ମୁମ୍ବାଇ: ସୁନୀଲ ସେଟ୍ଟିଙ୍କ ପୁଅ ଅହାନ୍‌ ସେଟ୍ଟି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସାଜିଦ୍‌ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ମିଲନ୍‌ ଲୁଥ୍ରିଆ। ଫିଲ୍ମର ସୁଟିଂ ମଇ ମାସରେ ଆରମ୍ଭ ହେବ। ଏହାର ସୁଟିଂ ଋଷିକେଶ,ମସୌରି ଓ ହରିଦ୍ୱାରରେ କରାଯିବ। ମିଳିଥିବା ସୂଚନା ଅନୁଯାୟୀ ଅହାନ୍‌ ସାଜିଦ୍‌ଙ୍କ ସହିତ ତିନିଟି ଫିଲ୍ମର ଚୁକ୍ତି କରିଛନ୍ତି। ୨୩ ବର୍ଷୀୟ ଅହାନ୍‌ ଏବେ ଏହି ଫିଲ୍ମ ପାଇଁ ପ୍ରଶିକ୍ଷଣ ନେଉଛନ୍ତି। ଏହି ପ୍ରଶିକ୍ଷଣ ସମୟରେ ବି ଅହାନ୍‌ ନିଜର ଗାର୍ଲଫ୍ରେଣ୍ଡ୍‌ ତାନିଆ ଶ୍ରଫଙ୍କୁ ସାଙ୍ଗରେ ନେଇ ଯାଉଥିବାର ଦେଖିବାକୁ ମିଳୁଛି। ତାନିଆ ଓ ଅହାନ ହାଇସ୍କୁଲ ସମୟର ସାଙ୍ଗ।

ଏବେ ଅହାନ୍‌ ଅଶ୍ୱାରୋହଣ ତାଲିମ୍‌ ସାଙ୍ଗକୁ ମାର୍ସାଲ ଆର୍ଟସର ପ୍ରଶିକ୍ଷଣ ନେଉଛନ୍ତି। ଏହି ତାଲିମ ସମୟରେ ତାନ୍ୟା ଅହାନ୍‌ଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳୁଛି। ଫିଲ୍ମର କାହାଣୀ ଲେଖିଛନ୍ତି ରଜତ ଅରୋରା। ଅହାନ୍‌ଙ୍କ ବିପକ୍ଷରେ କିଏ ନାୟିକା ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ତେବେ ଏହାର କାହାଣୀ ତେଲୁଗୁ ଫିଲ୍ମ ‘ଆର୍‌ ଏକ୍ସ ୧୦୦’ଦ୍ୱାରା ପ୍ରେରିତ ବୋଲି କୁହାଯାଉଛି।

By amfnews

Related Post