Mon. Sep 7th, 2026
281 Views

ବାଲେଶ୍ୱର : ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ବଂଶୀ’ର ପରୀକ୍ଷଣ ସଫଳ ହୋଇଛି। ଆକାଶରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର “ଅସ୍ତ୍ର”କୁ ଏହା ଟାର୍ଗେଟ୍ କରିବାରେ ସଫଳ ହୋଇଛି।

କଲେଇକୁଣ୍ଡା ଏୟାରବେସ୍‌ରେ ସୁଖୋଇ-୩୦ MKI ଫାଇଟର୍‌ ଜେଟ୍‌ରୁ ଆଜି ସକାଳ ୧୦.୧ ମିନିଟ୍‌ରେ ପ୍ରଥମେ ‘ଅସ୍ତ୍ର’କୁ ଛଡ଼ା ଯାଇଥିଲା। ଏହାର କିଛି ସମୟ ପରେ ତାକୁ ଟାର୍ଗେଟ୍ କରି ଚାନ୍ଦିପୁରର ଆଇ.ଟି.ଆର.ର ୩ ନମ୍ୱର ଲଞ୍ଚପ୍ୟାଡରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର “ବଂଶୀ”କୁ ଛଡ଼ା ଯାଇଥିଲା। ଏହା ଆକାଶ ମାର୍ଗରେ ଥିବା ‘ଅସ୍ତ୍ର’କୁ ଟାର୍ଗେଟ୍ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି ।

ଗତ ୧୬ ତାରିଖରେ କଲେଇକୁଣ୍ଡା ଏୟାରବେସ୍‌ରେ ସୁଖୋଇ-୩୦ MKI ଫାଇଟର୍‌ ଜେଟ୍‌ରୁ ‘ଅସ୍ତ୍ର’ର ମଧ୍ୟ ବ୍ୟାବହାରିକ ପରୀକ୍ଷା କରାଯାଇଥିଲା, ଯାହା ସଫଳ  ହୋଇଥିଲା। ୩.୮ ମିଟର ଲମ୍ୱ ଓ ୧୭୮ ସେଣ୍ଟିମିଟର ମୋଟେଇ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୧୫୪ କେଜି ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ତରଳ ଇନ୍ଧନରେ ଚାଳିତ ହୁଏ। ଏହା ଶବ୍ଦର ଗତିଠାରୁ ୪.୫ ମାର୍ଚ୍ଚ ସ୍ପିଡ୍‌ରେ ଗତି କରିପାରେ। ଏହା ଭାରତର ସବୁଠାରୁ ଛୋଟ ମିସାଇଲ୍‌। ତେବେ ଏହାକୁ ଉଭୟ ସ୍ୱଳ୍ପ ଏବଂ ମଧ୍ୟମ ଦୂରଗାମୀ ମିସାଇଲ୍‌ ଭାବେ ବ୍ୟବହାର କରାଯାଇଥାଏ। ଏହା ୨୦ କିଲୋମିଟରରୁ ୧୧୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ନିର୍ମାଣ କରିଛି।

 

By amfnews

Related Post