Sat. Oct 17th, 2026

ଅସଦାଚରଣ ନେଇ ମହିଳାଙ୍କ ଅଭିଯୋଗ ପରେ ଉପଖଣ୍ଡ ପ୍ରାଣୀଧନ ଅଧିକାରୀ ଫେରାର

401 Views

ରାଉରକେଲା: ଅସଦାଚରଣ ମାମଲା ନେଇ ୪ ଜଣ ମହିଳା କର୍ମଚାରୀ ପ୍ରଶାସନ ନିକଟରେ ଅଭିଯୋଗ ଆଣିବା ପରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ପ୍ରାଣୀଧନ ଅଧିକାରୀ ଅଫିସ ଛାଡ଼ି କୁଆଡେ ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାରେ ବଣାଇ ଉପଖଣ୍ଡ ପ୍ରାଣୀଧନ ଅଧିକାରୀ ସନ୍ତୋଷ କୁମାର ପାଣି ନିଜ କାର୍ଯ୍ୟାଳୟର ମହିଳା କର୍ମଚାରୀଙ୍କୁ ଅସଦାଚରଣ ଓ ମାନସିକ ନିର୍ଯାତନା ଦେଇଥିଲେ। ଏ ନେଇ ପ୍ରାଣୀଧନ କାର୍ଯ୍ୟାଳୟର ୪ ଜଣ ମହିଳା କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

ମହିଳା କର୍ମଚାରୀଙ୍କ ଦ୍ୱାରା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ଏହା ପରେ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଘଟଣା ତଦନ୍ତ ପାଇଁ ଉପ -ଜିଲ୍ଲାପାଳ ଡକ୍ଟର ବିଜୟ ଆଦୁଲାଙ୍କୁ ଚିଠି ଲେଖି ଆଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନର ତଦନ୍ତ ପୂର୍ବରୁ ଅଧିକାରୀ ସରୋଜ କୁମାର ପାଣି କାର୍ଯ୍ୟାଳୟ ଛାଡ଼ି କୁଆଡେ ଫେରାର ହୋଇ ଯାଇଛନ୍ତି। ଘଟଣାର ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଯାଇଛି।

By amfnews

Related Post