Sat. Sep 26th, 2026

ଅଶୋକା ସିନ୍ଥେଟିକ୍ସ ମଜଦୁର ସଂଘର ବିକ୍ଷୋଭ

390 Views

ରାଉରକେଲା, ୪ା୯ : ଅଶୋକା ସିନ୍ଥେଟିକ୍ସ ମଜଦୁର ସଂଘ ପକ୍ଷରୁ ୫ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବିଗୁଡିକ ମଧ୍ୟରେ ଶ୍ରମିକଙ୍କୁ ୨୦୧୭ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦରମା ପ୍ରଦାନ, ବୋନସ୍ ପ୍ରଦାନ, ଗ୍ରାଚ୍ୟୁଇଟି ପ୍ରଦାନ ସମେତ ଅନ୍ୟାନ୍ୟ ପାଉଣା ପ୍ରଦାନ, ଶ୍ମରିକମାନଙ୍କୁ ୨୦୧୪ରୁ ଭବିଷ୍ୟନିଧି ମାଲିକ ପଇଠ କରନ୍ତୁ, ବେଆଇନ୍ କାରଖାନା ବନ୍ଦ କରିଥିବା ମାଲିକମାନେ ତୁରନ୍ତ କାରଖାନା ଚାଲୁ କରନ୍ତୁ, ଜମିର ମାଲିକାନା ରଦ୍ଦ କରାଯାଉ, ମାଲିକମାନେ ବିଦ୍ୟୁତ୍ କରଣ ପାଇଁ ସ୍ଥାୟୀ ଜମା ଶ୍ରମିକମାନଙ୍କୁ ଫେରାନ୍ତୁ ।

ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ବିକ୍ଷୋଭକାରୀଙ୍କ ଦାବିପତ୍ର ଗ୍ରହଣ କରିବା ସହ ଶ୍ରମିକମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଜିଲାପାଳ ଆସିବା ପରେ ଶ୍ରମିକ ପ୍ରତିନିଧି, ଶ୍ରମ ବିଭାଗ, ଭବିଷ୍ୟନିଧି କର୍ତ୍ତୃପକ୍ଷ ଓ ମାଲିକମାନଙ୍କ ଏକ ବୈଠକ କରାଯାଇ ସମସ୍ୟାର ସମାଧାନ ଉଦ୍ୟମ କରିବେ ବୋଲି ଅତିରିକ୍ତ ଜିଲାପାଳ ଶ୍ରମିକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବିକ୍ଷୋଭରେ ସଭାପତି ଶ୍ୟାମସୁନ୍ଦର ମିଶ୍ର, ସାଧାରଣ ସମ୍ପାଦକ କେଦାର ଚନ୍ଦ୍ର ପଟେଲ, ଭେଷଜ ରଥ, ପରମେଶ୍ୱର ପଟେଲ, ସୁରେନ୍ଦ୍ର ଦେଓ, ସନାତନ ପଟେଲ, ନିତ୍ୟାନନ୍ଦ ନାଏକ ପ୍ରମୁଖ ସାମିଲ୍ ଥିଲେ ।

By amfnews

Related Post