Thu. Aug 13th, 2026

ଅଯୋଧ୍ୟା: ମସ୍‌ଜିଦ୍‌ ନିର୍ମାଣ ପାଇଁ ସରଯୁ ନଦୀ ସେପାରିରେ ମିଳିପାରେ ପାଞ୍ଚ ଏକର ଜାଗା

223 Views

ଅଯୋଧ୍ୟା: ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଅନୁସାରେ, ମସ୍‌ଜିଦ୍‌ ନିର୍ମାଣ ନିମନ୍ତେ ଯୋଗାଇ ଦେବାକୁ ଥିବା ପାଞ୍ଚ ଏକର ଜମି ସୁନ୍ନି ଓ୍ଵାକଫ୍‌ ବୋର୍ଡକୁ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ପରିସର ଆଖପାଖରେ ମିଳି ନ ପାରେ।

ଅତି ଜନାକୀର୍ଣ୍ଣ ସହରରେ ଏତେ ବଡ଼ ଖାଲି ସ୍ଥାନ ପାଇବା କଷ୍ଟକର ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେଣୁ ପୁରୁଣା ମ୍ୟୁନିସପାଲିଟି ଅଞ୍ଚଳ ମଧ୍ୟରେ କିଂବା ସରଯୁ ନଦୀର ଏପାଖରେ ଜମି ଯୋଗାଇ ଦିଆ ନ ଯାଇ ପାରେ।

ଏବେ ଅଯୋଧ୍ୟା ନଗର ଅଯୋଧ୍ୟା ନାମରେ ନାମିତ ନୂତନ ଜିଲ୍ଲାର ମୁଖ୍ୟାଳୟ ହୋଇଛି। ମନ୍ଦିର ଛାଉଣି ବରାବର କହି ଆସିଛି ଯେ ବାବ୍ରି ମସ୍‌ଜିଦ୍‌ ଶାସ୍ତ୍ରୀୟ ପରିଧି ବା ପବିତ୍ର ବଳୟ ବାହାରେ ନିର୍ମାଣ କରାଯାଇପାରେ। ଏହି ବଳୟ ହେଉଛି ୨ କିଲୋମିଟର ବ୍ୟାସାର୍ଦ୍ଧବିଶିଷ୍‌ଟ ୧୫ କିଲୋମିଟର ବେଷ୍ଟନି।

ମସ୍‌ଜିଦ୍‌ ଶାହାଜାନ୍‌ଓ୍ଵା ଗ୍ରାମରେ ନିର୍ମାଣ ହେଉ ବୋଲି ପ୍ରସ୍ତାବ ଦିଆଯାଉଛି। ସେଠାରେ ମିର୍‌ ବାକିଙ୍କର ସମାଧି ଅଛି। ସେ ମନ୍ଦିର ଭାଙ୍ଗି ମସ୍‌ଜିଦ୍‌ ନିର୍ମାଣ କରିଥିଲେ ବୋଲି କୁହାଯାଏ। କିନ୍ତୁ, ସେ ଗାଁ ବି ୧୫ କିଲୋମିଟର ବେଷ୍ଟନି ମଧ୍ୟରେ ଆସୁଛି।

By amfnews

Related Post