Mon. Oct 5th, 2026

ଅଯୋଧ୍ୟା ଜମି ବିବାଦ: ଅକ୍ଟୋବର ୧୮ ସୁଦ୍ଧା ଯୁକ୍ତି ଉପସ୍ଥାପନ ଶେଷ କରିବାକୁ ଟାର୍ଗେଟ୍‌ ଦେଲେ ସୁପ୍ରିମ୍‌ କୋର୍ଟ

280 Views

ନୂଆଦିଲ୍ଲୀ  : ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ମାଲିକାନା ମାମଲାର ଶୁଣାଣି କରୁଥିବା ସୁପ୍ରିମ୍‌ କୋର୍ଟଙ୍କ ପାଞ୍ଚଜଣିଆ ଖଣ୍ଡପୀଠ ଅକ୍ଟୋବର ୧୮ ତାରିଖ ସୁଦ୍ଧା ଏହି ମାମଲାର ଯୁକ୍ତି ଉପସ୍ଥାପନ ଶେଷ କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, ଚାଲନ୍ତୁ, ଅକ୍ଟୋବର ୧୮ ସୁଦ୍ଧା ଏହି ମାମଲା ଶେଷ କରିବାକୁ ମିଳିତ ଉଦ୍ୟମ କରିବା। ଯୁକ୍ତି ଉପସ୍ଥାପନ ଶେଷ କରିବାକୁ ଆନୁମାନିକ ସମୟସୀମା ଜଣାଇବାକୁ ଗତକାଲି ପ୍ରଧାନ ବିଚାରପତି ଗୋଗୋଇ ସମ୍ପୃକ୍ତ ପକ୍ଷମାନଙ୍କୁ କହିଥିଲେ।

ଯୁକ୍ତି ଉପସ୍ଥାପନ ଶେଷ କରିବାକୁ ଗୋଟିଏ ଆନୁମାନିକ ସମୟସାରଣୀ ବାହାର କରି ଧାର୍ଯ୍ୟ କରିବା ପାଇଁ ଏକତ୍ର ବସିବାକୁ ଗତକାଲି ଖଣ୍ଡପୀଠ ଓକିଲମାନଙ୍କୁ କହିଥିଲେ ଭାରତର ପ୍ରଧାନ ବିଚାରପତି ଗୋଗୋଇ ନଭେମ୍ବର ୧୭ ତାରିଖ ଦିନ ଅବସର ଗ୍ରହଣ କରିବେ। ବୁଧବାର ଦିନ ଶୁଣାଣି ଆରମ୍ଭ ହେବା ପରେ ସମ୍ପୃକ୍ତ ପକ୍ଷମାନେ ଏହି ସମୟସାରଣୀ ଦାଖଲ କରିଥିଲେ। ଓକିଲମାନେ ସୂଚାଇଥିବା ସମୟସାରଣୀ କଥା ଅବଗତ ହେବା ପରେ ଖଣ୍ଡପୀଠ ଅକ୍ଟୋବର ୧୮ ତାରିଖକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

By amfnews

Related Post