Mon. Aug 17th, 2026

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜାନୁଆରି ସୁଦ୍ଧା ଟ୍ରଷ୍ଟ୍‍ ଗଠନ

195 Views

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଅନୁସାରେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମିତ୍ତ ଗଠନ କରାଯିବାକୁ ଥିବା ଟ୍ରଷ୍ଟ୍‍ର ଚୂଡ଼ାନ୍ତ ଘୋଷଣା ଜାନୁଆରି ମାସରେ କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ସରକାର ଏହି ବ୍ୟବସ୍ଥାର ଚୂଡ଼ାନ୍ତ ରୂପରେଖ ଦେଉଛନ୍ତି।

ଟ୍ରଷ୍ଟ୍‍ ଗଠନ ବାବଦରେ ଅଯୋଧ୍ୟାର କେତେ ଜଣ ପ୍ରମୁଖ ସାଧୁଙ୍କ ସହ ମଧ୍ୟ ଆଲୋଚନା ଚାଲିଛି। ସେମାନେ ମଧ୍ୟ ଟ୍ରଷ୍ଟ୍‍ ପ୍ୟାନେଲ୍‌ରେ ସ୍ଥାନ ପାଇ ପାରନ୍ତି। ବାବ୍ରି ମସ୍‌ଜିଦ୍‌ ପାଇଁ ଅନ୍ୟତ୍ର ୫ ଏକର ଜମି ଯୋଗାଇ ଦେବାକୁ କହି ନଭେମ୍ବର ୯ ତାରିଖ ରାୟରେ ସର୍ବୋଚ୍ଚ ଅଦାଲତ ରାମ ମନ୍ଦିର ନିର୍ମାଣ ନିମନ୍ତେ ବିବାଦୀୟ ସ୍ଥଳର ୨. ୭୭ ଏକର ଜମି ସରକାରଙ୍କୁ ହସ୍ତାନ୍ତର କରିଥିଲେ।

ଏଥିସହ ମନ୍ଦିର ନିର୍ମାଣ ନିମେନ୍ତ ତିନି ମାସ ମଧ୍ୟରେ ଏକ ଟ୍ରଷ୍ଟ୍‍ ଗଠନ କରିବାକୁ ମଧ୍ୟ ଅଦାଲତ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଚାରି ମାସ ମଧ୍ୟରେ ବିଶାଳ ନଭଶ୍ଚୁମ୍ବୀ ରାମ ମନ୍ଦିର ନିର୍ମାଣ ନିମନ୍ତେ କାର୍ଯ୍ୟ ଆରମ୍ଭ ହେବ ବୋଲି କିଛି ଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ।

By amfnews

Related Post