Thu. Sep 17th, 2026
296 Views

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ  ଓଡ଼ିଶା  ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ତାହା ବାତିଲ ହୋଇଯାଇଛି। ଏହାର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ଜଣାପଡ଼ି ନ ଥିବା ବେଳେ ପୁଣି କେବେ ଗୃହମନ୍ତ୍ରୀ ଓଡ଼ିଶା ଆସିବେ ସେନେଇ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ।
ଦିନକ ପୂର୍ବରୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରଚିନ୍ଦନ ସୂଚନା ଦେଇଥିଲେ ଯେ, ୧୨ ତାରିଖରେ ଶାହ ଓଡ଼ିଶା ଆସିବେ। ଏହି ଗସ୍ତରେ ସେ ପୂର୍ବାଞ୍ଚଳ ଜୋନାଲ୍ କାଉନସିଲ ବୈଠକରେ ଯୋଗଦେବେ। ଏହାସହ ବେସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ତେବେ ଏହି ଗସ୍ତ ବାତିଲ ହୋଇଥିବା ନେଇ ଆଜି ସୂଚନା ମିଳିଛି ।

By amfnews

Related Post