Sat. Sep 12th, 2026

ଅଭିଲିପ୍ସାକୁ ସହାୟତା ପାଇଁ ହାତ ବଢାଇଲା ପ୍ରଶାସନ 

336 Views

ଯାଜପୁର,୧୨/୧୧: ଶେଷକୁ ଅଭିଲିପ୍ସାକୁ ସହାୟତା ପାଇଁ ହାତ ବଢାଇଲା ଯାଜପୁର ଜିଲ୍ଲା ପ୍ରଶାସନ । ଅଭିଲିପ୍ସା ଏବେ କଟକର ଅଶ୍ୱନୀ ହସ୍ପିଟାଲରେ ଜୀବନ ମରଣ ସମସ୍ୟା ସହ ଝୁଝୁଛି । ଅଭିଲିପ୍ସାକୁ ପ୍ରଶାସନିକ ସହାୟତା ପାଇଁ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରତିଶୃତି ଦେଇଛନ୍ତି । ଅଭିଲିପ୍ସାଙ୍କ ପାଇଁ ଲଢେଇ କରୁଥିବା ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳଙ୍କ ସହ ଏଥିନେଇ ଶନିବାର ରାତି ୮ ଟାରେ କଥା ହୋଇଛନ୍ତି । ଅଭିଲିପ୍ସାଙ୍କ ଘର ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଅଂଜିରା ପଂଚାୟତର ଗୋଡିପାଟିଆ ଗ୍ରାମ ।

ଖବରରୁ ପ୍ରକାଶ, ଅଭିଳିପ୍ସା ନିଜ ବାପାଙ୍କ ସହ ଗୀତ ଶିଖିବାକୁ ଯାଇ ରାସ୍ତା କଡରେ ଠିଆ ହୋଇଥିଲେ । ତାଙ୍କର ବାପା ଘଟଣା ସ୍ଥଳରେ ମୋଟର ସାଇକେଲକୁ ପିଚୁ ତଳକୁ ଖସାଇ ମୋଟର ସାଇକେଲକୁ ଓହ୍ଲାଇ ଠିଆ ହୋଇଥିବା ବେଳେ ବେପରୁଆ ଭାବେ ଅତି ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ଅଭିଳିପ୍ସାଙ୍କ ବାପାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଭିଳିପ୍ସାଙ୍କୁ କଟକର ଅଶ୍ୱନୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କର ଅବସ୍ଥା ସଂକଟାପନ୍ନ ଥିବା ବେଳେ ଗରୀବ ପରିବାରର ଅଭିଲିପ୍ସାଙ୍କ ପାଇଁ ଅର୍ଥାଭାବ ଚିକିତ୍ସା କ୍ଷେତ୍ରରେ ବଡ ସମସ୍ୟା ହୋଇଛି ।

ଏଥିନେଇ ବିଜୁ ଯୁବ ଜନତାର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାର ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଉ ଥିବା ବେଳେ ଅଭିଲିପ୍ସାଙ୍କ ପରି ଗରୀବ ଝିଅ ଅର୍ଥାଭାବ ପାଇଁ ଚିକିତ୍ସା କ୍ଷେତ୍ରରେ ସମସ୍ୟା ଭୋଗିବା ସାଧାରଣରେ ନକାରାତ୍ମକ ପ୍ରଭାବ ପଡୁଥିବାରୁ ତାଙ୍କୁ ମାଗଣାରେ ଆବଶ୍ୟକ ଚିକିତ୍ସାସେବା ଯୋଗାଇ ଦେବାକୁ ନିବେଦନ କରିଥିଲେ ।

ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତୁରନ୍ତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅଭିଲିପ୍ସାଙ୍କ ପାଇଁ ସରକାରୀ କଳ ଯଥାସମ୍ବବ ସହଯୋଗ କରିବ ବୋଲି ଜିଲ୍ଲାପାଳ ସତୀଶଙ୍କୁ ପ୍ରତିଶୃତି ଦେଇଥିଲେ । ସତୀଶଙ୍କ ଅନୁରୋଧକ୍ରମେ ଅଭିଲିପ୍ସାଙ୍କ ଘରେ ରବିବାର ପ୍ରତିନିଧି ଦଳ ପହଞ୍ôଚବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।

By amfnews

Related Post