Wed. Aug 19th, 2026

ଅଭିଯୋଗକାରୀଙ୍କ ବିରୋଧରେ ଆଇନ୍‌ ମୁତାବକ କାର୍ଯ୍ୟାନୁଷ୍ଠାନ ନେବେ ମନ୍ତ୍ରୀ ଏମ୍‌ ଜେ ଆକବର; ଯୌନ ଶୋଷଣ ଅଭିଯୋଗକୁ କଲେ ଅସ୍ୱୀକାର

417 Views

ନୂଆଦିଲ୍ଲୀ: ଯୌନ ଶୋଷଣ ଅଭିଯୋଗ ଆସିବା ପରେ କେନ୍ଦ୍ର ମନ୍ତ୍ରୀ ଏମ୍‌ ଜେ ଆକବର ଶେଷରେ ନିଜର ନୀରବତା ଭାଙ୍ଗିଛନ୍ତି। ସେ କିଛି ବୟାନ ନରଖି ଅଭିଯୋଗକାରୀମାନଙ୍କ ବିରୋଧରେ ଆଇନ୍‌ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି। ସେ ଶେଷରେ ଏୟା କହିଛନ୍ତି କି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ଓ କଳ୍ପିତ।

ସେ କହିଛନ୍ତି କି ପୂର୍ବରୁ ସେ ଏକ ଅଫିସିଆଲ୍‌ ଯାତ୍ରାରେ ବିଦେଶ ଯାଇଥିବା ହେତୁ ଏହି ମାମଲାରେ ମତ ରଖିପାରି ନଥିଲେ। ସେ କହିଛନ୍ତି କି ବିନା ପ୍ରମାଣରେ ଅଭିଯୋଗ ଆଣିବା ଏକ ଭାଇରାଲ୍‌ ଜ୍ୱର ପରି। ଯାହାବି ହେଉଁ ସେ ଫେରିଆସିଲେଣି ଯେତେବେଳେ ତାଙ୍କ ଓକିଲ ଏସବୁକୁ ଦୃଷ୍ଟି ଦେବେ ବୋଲି ମନ୍ତ୍ରୀ ଆକବର ଜଣାଇଛନ୍ତି।

ସେ ଆହୁରି ବି ପ୍ରଶ୍ନ ଆଣିଛନ୍ତି ଯେ ଏମିତି ଅଭିଯୋଗ ଠିକ୍‌ ଲୋକସଭା ନିର୍ବାଚନର କିଛି ଦିନ ପୂର୍ବରୁ କାହିଁକି ଆସିଲା? ଏହା ଏକ ଯୋଜନା। ମୋ ଭଲ ଭାବମୂର୍ତ୍ତିକୁ ଖରାପ କରିବାର ଏହା ଏକ ମନଗଢ଼ା ଯୋଜନା ବୋଲି ସେ କହିଛନ୍ତି।

By amfnews

Related Post