Sun. Jul 5th, 2026

ଅବସର ପୂର୍ବରୁ ଅଯୋଧ୍ୟା ରାୟ ଦେବାକୁ ବିଦେଶ ଗସ୍ତ ବାତିଲ କଲେ ପ୍ରଧାନ ବିଚାରପତି ଗୋଗୋଇ

259 Views

ନୂଆଦିଲ୍ଲୀ : ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ମାମଲାର ରାୟ ଲେଖିବା ନିମନ୍ତେ ସମୟ ଦେବାକୁ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ତାଙ୍କ ବିଦେଶ ଗସ୍ତ ବାତିଲ କରିଥିବା କଥା କୁହାଯାଉଛି।

ନଭେମ୍ବର ୧୭ ତାରିଖରେ ସେ ଅବସର ଗ୍ରହଣ କରିବା ପୂର୍ବରୁ ଯେମିତି ଯଥା ସମୟରେ ଅଯୋଧ୍ୟା ରାୟ ପ୍ରକାଶ ପାଏ ସେ ସକାଶ ନିଶ୍ଚିତ ହେବାକୁ ପ୍ରଧାନ ବିଚାରପତି ନିଜର ବହୁ-ଦେଶୀୟ ଗସ୍ତ ବାତିଲ କରିଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଅଯୋଧ୍ୟା ଜମି ବିବାଦ ମାମଲାର ବିଚାର କରୁଥିବା ଖଣ୍ଡପୀଠର ନେତୃତ୍ୱ ନେଇଥିବା ପ୍ରଧାନ ବିଚାରପତି ଗୋଗୋଇ ଜରୁରୀ କାର୍ଯ୍ୟ ଯୋଗୁଁ ଗସ୍ତ ବାତିଲ କରିଛନ୍ତି। ଗତକାଲି ଅଯୋଧ୍ୟା ମାମଲାର ରାୟ ସଂରକ୍ଷିତ ରହିଥିଲା।

ଅବସର ନେବା ପୂର୍ବରୁ ଗୋଗୋଇ କେତେକ ଦକ୍ଷିଣ ଆମେରିକୀୟ ଦେଶ, ମଧ୍ୟ ପ୍ରାଚ୍ୟ ଏବଂ ଅନ୍ୟାନ୍ୟ ଦେଶ ଗସ୍ତରେ ଯାଇ ଥାଆନ୍ତେ। ଗସ୍ତ ସୂଚୀ ଚୂଡ଼ାନ୍ତ ହେବା ପୂର୍ବରୁ ପ୍ରସ୍ତାବିତ ଗସ୍ତକୁ ପ୍ରଧାନ ବିଚାରପତି ବାତିଲ କରି ଦେଇଛନ୍ତି। ଗତବର୍ଷ ଅକ୍ଟୋବର ୩ ତାରିଖ ଦିନ ଭାରତର ୪୬ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ।

By amfnews

Related Post