Thu. May 28th, 2026

ଅପ୍ରେଲରୁ ଅଗଷ୍ଟ ମାସ ମଧ୍ୟରେ ପ୍ରମୁଖ କ୍ଷେତ୍ରରେ ଆରଏସପିର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ

218 Views

ରାଉରକେଲା, ୯/୯  : ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସ ମଧ୍ୟରେ ଉତ୍ତପ୍ତ ଧାତୁ, ଅଶୋଧିତ ଇସ୍ପାତ ଏବଂ ବିକ୍ରିଯୋଗ୍ୟ ଇସ୍ପାତ ଭଳି ପ୍ରମୁଖ କ୍ଷେତ୍ର ଗୁଡିକରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଛି । ଇସ୍ପାତ କାରଖାନା ୨୦୧୮ ଅପ୍ରେଲରୁ ଅଗଷ୍ଟ ମାସ ମଧ୍ୟରେ ୧୫୮୪୯୦୧ ଟନ ଉତ୍ତପ୍ତ ଧାତୁ, ୧୪୯୦୯୩୬ ଅଶୋଧିତ ଇସ୍ପାତ ଏବଂ ୧୩୨୬୪୦୭ ଟନ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ କରି ଏହି ସମସ୍ତ ତିନିଟି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିବା ସଙ୍ଗେ ସଙ୍ଗେ ଅନୁରୂପ ପୂର୍ବ ବର୍ଷ ଅବଧି ତୁଳନାରେ ଯଥାକ୍ରମେ ୨୦.୩%, ୧୭.୭% ଏବଂ ୧୨.୮% ଅଭିବୃଦ୍ଧି ହାସଲ କରିଛି ।

ସେହିଭଳି ଅପ୍ରେଲରୁ ଅଗଷ୍ଟ ମାସ ମଧ୍ୟରେ କାରଖାନାରେ ସମୁଦାୟ ୨୫୩୪୨୧୪ ଟନ ସିଣ୍ଟର ଉତ୍ପାଦନ ହୋଇଛି ଯାହା ଅନୁରୂପ ପୂର୍ବ ବର୍ଷ ତୁଳନାରେ ୧୮.୫% ଅଧିକ ଅଟେ । ନୂତନ ପ୍ଲେଟ ମିଲ ମଧ୍ୟ ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ ମାସରେ ୩୩୩୯୨୦ ଟନ ପ୍ଲେଟ ଉତ୍ପାଦନ ହାସଲ କରି ପୂର୍ବ ଆର୍ଥିକ ବର୍ଷର ଅନୁରୂପ ଅବଧି ତୁଳନାରେ ୧୮.୧% ଅଭିବୃଦ୍ଧି ହାସଲ କରିଛି ।

By amfnews

Related Post