Sun. Sep 27th, 2026

ଅପରାହ୍ନରେ ବଦଳରେ ସନ୍ଧ୍ୟାରେ ହେଲା ପରୀକ୍ଷା

256 Views

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ହାଇସ୍କୁଲରେ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ‘ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍’ ପରୀକ୍ଷା ଅପରାହ୍ଣ ବଦଳରେ ସନ୍ଧ୍ୟାରେ ପରୀକ୍ଷା କରାଯାଇଛି। ଗତକାଲି ଇଂରାଜୀ ବିଷୟ ପରୀକ୍ଷା ଥିଲା। ହେଲେ ପ୍ୟାକେଟ୍‌ରେ ଇଂରାଜୀ ବଦଳରେ ଓଡ଼ିଆ ପ୍ରଶ୍ନପତ୍ର ଥିଲା ।

ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ନିର୍ଦ୍ଧାରିତ ସମୟ ଅପରାହ୍ନ ସାଢ଼େ ଗୋଟିଏ ବଦଳରେ ୨୦୬ ଜଣ ପରୀକ୍ଷାର୍ଥୀ ସନ୍ଧ୍ୟା ୬ଟାରେ ପରୀକ୍ଷା ଦେଇଥିଲେ। ଆଉ ରାତି ସାଢ଼େ ୮ଟା ଯାଏ ପରୀକ୍ଷା ହୋଇଥିବା ସୂଚନା ମିଳିଛି। ତେବେ ଏଭଳି ଅସମୟରେ ପରୀକ୍ଷା କରିବା ପାଇଁ କିଏ ଏବଂ କାହିଁକି ଅନୁମତି ଦେଲେ ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

By amfnews

Related Post