Sun. Oct 4th, 2026

ଅନୁସୂଚିତ ଜାତି/ ଜନଜାତି ଚାକିରି ପଦୋନ୍ନତି କୋଟା ଅନାବଶ୍ୟକ ବୋଲି କହିଲେ ସୁପ୍ରିମ୍‌ କୋର୍ଟ

268 Views

ନୂଆଦିଲ୍ଲୀ : ଅନୁସୂଚିତ ଜାତି/ଜନଜାତି କର୍ମଚାରୀମାନଙ୍କ ଚାକିରି ପଦୋନ୍ନତି କୋଟା ପାଇଁ ୨୦୦୬ ମସିହାରେ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟ ସାତଜଣିଆ ଖଣ୍ଡପୀଠକୁ ପଠାଯିବା ଅନାବଶ୍ୟକ ବୋଲି ବୁଧବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସାମଗ୍ରିକ ଅନୁସୂଚିତ ଜାତି ଏବଂ ଜନଜାତି ଜନସଂଖ୍ୟାକୁ ବିଚାରକୁ ନେଇ ସେମାନଙ୍କୁ କୋଟା ପ୍ରଦାନ କରିବାକୁ କେନ୍ଦ୍ର ସରକାର କରିଥିବା ଆବେଦନକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

୨୦୦୬ ମସିହାର ରାୟକୁ ବଳବତ୍ତର ରଖି ସର୍ବସମ୍ମତି କ୍ରମେ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଘୋଷଣା କରିଛନ୍ତି। ଚାକିରିରେ ପଦୋନ୍ନତି ଦେବା ସରକାରଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

୨୦୦୬ରେ ସୁପ୍ରିମ୍‌ କୋର୍ଟର ଏକ ସାତଜଣିଆ ଖଣ୍ଡପୀଠ ଦେଇଥିବା ରାୟକୁ ପୁନର୍ବିଚାର କରିବାକୁ ଆସିଥିବା ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ ଆଜି ଏହି ରାୟ ଦେଇଛନ୍ତି। ଅନୁସୂଚୀତ ଜାତି/ଜନଜାତି କର୍ମଚାରୀଙ୍କ ଚାକିରି ପଦୋନ୍ନତି ନିମନ୍ତେ ଉକ୍ତ ରାୟରେ ସର୍ତ୍ତାବଳୀ ରହିଥିଲା।

By amfnews

Related Post