Tue. Sep 29th, 2026

ଅନୁଭବଙ୍କ ପ୍ରଚାରରେ ସାମିଲ ହେଲେ ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ

276 Views

କେନ୍ଦ୍ରାପଡ଼ା : ପାଟକୁରାର ଦିବଂଗତ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତର ୪ ଦିନ ପରେ ଆଜି ତାଙ୍କର ଏକମାତ୍ର ପୁଅ ସଂଜୟ କୁମାର ଅଗ୍ରୱାଲ(ବବ୍‌ଲୁ) ସାଂସଦ ପ୍ରାର୍ଥୀ ଅନୁଭବଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଛନ୍ତି। ପାଟକୁରାରେ କେବେ ଉପନିର୍ବାଚନ ହେବ ଓ କାହାକୁ ସେଠାରେ ପ୍ରାର୍ଥୀ କରାଯିବ ସେ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ବବ୍‌ଲୁଙ୍କ ଆବିର୍ଭାବକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପଟେ ବିଜେପିର ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ବାରୁଅ ଆଡ଼କୁ ଲୋକଙ୍କ ସୁଅ ଛୁଟିଥିବା ବେଳେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ବାରିମୂଳ ନିକଟରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା କରିଥିଲେ।

ଅନୁଭବଙ୍କ ମାରାଥନ୍ ରୋଡ ସୋ’ ପ୍ରଚାରରେ ବବ୍‌ଲୁ ସାମିଲ ହୋଇଥିଲେ। ସମସ୍ତଙ୍କୁ ସେ ଯୋଡ଼ ହସ୍ତରେ ବିଜେଡି ସପକ୍ଷରେ ତଥା ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

By amfnews

Related Post