Thu. Jun 4th, 2026

ଅନୁଗୁଳ: ବିଳମ୍ବିତ ରାତିରେ ଜଳିଗଲା ଫଳଦୋକାନ

345 Views

ଅନୁଗୁଳ, ନଭେମ୍ବର ୩୦: ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ସହରର ଏଫସିଆଇ ଛକରେ ଥିବା ଏକ ଫଳ ଦୋକାନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଛି। ନିଆଁ ଅନ୍ୟ ଦୋକାନକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ କେନ୍ଦ୍ରର କର୍ମଚରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଅଗ୍ନିକାଣ୍ଡ କେମିତି ଘଟିଲା ତାହା ଜଣାପଡ଼ି ନାହିଁ।

ମିଳିଥିବା ସୂଚନାରୁ ପ୍ରକାଶ ଯେ ଅନୁଗୁଳ ଏଫସିଆଇ ଛକ ନିକଟରେ ଥିବା ପପୁଲାର ନର୍ସିଂ ହୋମ ସମ୍ମୁଖରେ ଥିବା ଏକ ଫଳ ଦୋକାନରେ ଗତକାଲି ରାତି ପ୍ରାୟ ସାଢ଼େ୧ଟା ବେଳେ ହଠାତ ନିଆଁ ଲାଗି ଯାଇଥିଲା। ନିଆଁ ଜଳିବା ଦେଖି ସେଠାରେ ଶୋଇଥିବା କିଛି ଲୋକ ସଙ୍ଗେସଙ୍ଗେ ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ସୂଚନା ପାଇ ଦମକଳ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ସର୍ଟସର୍କିଟ ଯୋଗୁଁ କିମ୍ବା ଶୀତରୁ ରକ୍ଷା ପାଇଁ ଲଗାଯାଇଥିିବା ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ି ନାହିଁ।

By amfnews

Related Post