Thu. Aug 13th, 2026

ଅନୁଗୁଳ : ନବଦମ୍ପତିଙ୍କୁ ବାହାଘର ପାର୍ଟିରେ ପିଆଜ ଭେଟି

260 Views

ଅନୁଗୁଳ : ପିଆଜର ଦର ବୃଦ୍ଧିକୁ କେନ୍ଦ୍ରକରି ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପିଆଜକୁ ସଂସଦରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ଏବେ ସୋସିଆଲ ମିଡ଼ିଆରେ ଅନେକ ବ୍ୟଙ୍ଗାତ୍ମକ ଘଟଣା ଭାଇରାଲ ହେଉଛି। କେହି କେହି ସୁନା ଅଳଙ୍କାର ବଦଳରେ ପିଆଜକୁ ଗହଣା ଭାବେ ପରିଧାନ କରୁଥିବା ଦୃଶ୍ୟ ବି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ତେବେ ରବିବାର ଅନୁଗୁଳରେ ନବଦମ୍ପତିଙ୍କୁ ବାହାଘର ପାର୍ଟିରେ ପିଆଜ ଭେଟି ଦେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।

ଅନୁଗୁଳ ସହରର ଆଦିମାତା ନଗରରେ ସନ୍ତୋଷ ମହାପାତ୍ର ନାମକ ଜଣେ ଯୁବକ ବାହାଘର ଇତିମଧ୍ୟରେ ସଂପନ୍ନ ହୋଇଛି। ରବିବାର ରାତିରେ ତାଙ୍କର ବାହାଘର ଭୋଜି ଥିଲା। ବାହାଘର ଭୋଜିକୁ ଯାଇଥିବା ସନ୍ତୋଷଙ୍କ ସାଂଗ ଜ୍ୟୋତି ପ୍ରକାଶ ମିଶ୍ର, ବିଜୟ ପୃଷ୍ଟି, ରାଜକୁମାର ଗୁପ୍ତା ଯେଉଁ ଉପହାର ଦେଇଥିଲେ, ତାହା ସମସ୍ତଙ୍କୁ ଚକିତ କରିଥିଲା। କେବଳ ସେତିକି ନୁହେଁ, ହାସ୍ୟରୋଳ ବି ସୃଷ୍ଟି ହୋଇଥିଲା। ନବଦମ୍ପତିଙ୍କୁ ଉପହାର ଆକାରରେ ସେମାନେ ଦେଇଥିଲେ ପିଆଜ। ପାଖାପାଖି ଦୁଇ କିଲୋଗ୍ରାମ ପିଆଜକୁ ସୁନ୍ଦର ଭାବେ ପ୍ୟାକ୍‌ କରି ଉପହାର ଦିଆଯାଇଥିଲା। ସମ୍ଭବତଃ ଦର ବୃଦ୍ଧି ଯୋଗୁଁ ପିଆଜ ଏବେ ମୂଲ୍ୟବାନ ହୋଇଯାଇଥିବା କଥା ଦର୍ଶାଇବାକୁ ଏଭଳି କରାଯାଇଥିଲା। ଦେଶର ଅଧିକାଂଶ ସ୍ଥାନରେ ପିଆଜ କିଲୋଗ୍ରାମ ପିଛା ୧୦୦ରୁ ୧୫୦ ଟଙ୍କା ଦରରେ ବିକ୍ରି ହେଉଛି। ଅନୁଗୁଳରେ ଏହି ଦର ୧୦୦ରୁ ୧୨୦ ମଧ୍ୟରେ ରହିଛି। ତାମିଲନାଡୁର ମଦୁରାଇରେ କିନ୍ତୁ ପିଆଜ କିଲୋଗ୍ରାମ ପିଛା ୨୦୦ଟଙ୍କା ଦରରେ ବିକ୍ରି ହେଉଛି।

By amfnews

Related Post