Fri. Jul 31st, 2026

ଅନନ୍ତନାଗ ଜିଲ୍ଲପାଳ ଅଫିସ ଆଗରେ ଗ୍ରେନେଡ ଆକ୍ରମଣ

206 Views

ଶ୍ରୀନଗର  : ଜମ୍ମୁ କଶ୍ମୀରର ଅନନ୍ତନାଗରେ ଥିବା ଜିଲ୍ଲାପାଳଙ୍କ ଅଫିସ ଆଗରେ ଗ୍ରେନେଡ ଆକ୍ରମଣ ହୋଇଛି। ଏହି ଗ୍ରେନେଡ ମାଡ଼ରେ ୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦିଆଯାଇଛି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣାପଡ଼ିଛି। ସୁରକ୍ଷାକର୍ମୀ ସଂପୃକ୍ତ ଅଞ୍ଚଳକୁ ଘେରିଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ଜଣାପଡ଼ିଛି।

ଆଜି ସକାଳ ୧୧ଟା ସମୟରେ ଶ୍ରୀନଗରରୁ ୫୫କିଲୋମିଟର ଦୂର ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ ହେଲେ ଲକ୍ଷ୍ୟ ଚ୍ୟୁତ ହେବାରୁ ଡେପିଟି କମିଶନରଙ୍କ ଅଫିସ ଆଗରେ ଗ୍ରେନେଡଟି ପଡ଼ିଥିଲା ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ସେପ୍ଚେମ୍ୱର ୨୮ରେ ସିଆରପିଏଫର ପାଟ୍ରୋଲିଂ ଗାଡି ଉପରକୁ ଆତଙ୍କବାଦୀ ଆକ୍ରମଣ କରିବାକୁ ଯାଇ ବିଫଳ ହୋଇଥିଲେ। ସେହି ଦିନ ଜମ୍ମୁ କଶ୍ମୀରର ତିନୋଟି ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ୬ ଆତଙ୍କବାଦୀ ନିପାତ ହୋଇଥିଲେ।

By amfnews

Related Post